ଜବରଦଖଲ ଉଚ୍ଛେଦ ନହେଲେ ଗ୍ରାମବାସୀଙ୍କ ରାସ୍ତାରୋକ ଚେତାବନୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଆଳି ତହସିଲ ଅନ୍ତର୍ଗତ ବଳରାମପୁର ଗ୍ରାମର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ସରକାରୀ ଜମି ଉପରେ ବଡ ବଡ ଅଟ୍ଟାଳିକା ନିର୍ମାଣ ସହ କେବିନ ପକାଇ ରାସ୍ତା ଅବରୋଧ କରି ବ୍ୟବସାୟ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଅବିଭକ୍ତ ଓଳାଭର ପଞ୍ଚାୟତର ଶତାଧିକ ଗ୍ରାମବାସୀ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ସପ୍ତାହକ ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯିବା ସହ ହାତେଇ ନେଇଥିବା ସଂପୃକ୍ତ ସରକାରୀ ଗୋଚର ଜମିକୁ ସରକାରୀ ଖାତାକୁ ଫେରସ୍ତ ଅଣାନଗଲେ ଗ୍ରାମବାସୀ ରାସ୍ତାରୋକ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସେହି ରାସ୍ତାଟି ଅବରୋଧ ହେବା ଫଳରେ ଦୈନିକ ସାଧାରଣ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସେହି ରାସ୍ତାରେ ଗତ ବର୍ଷକ ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ୨ଜଣଙ୍କର ଗୋଡ ମଧ୍ୟ କଟା ଯାଇଥିବା ଅଭିଯୋଗ କରିଛନ୍ତି । ଉପ ଜିଲ୍ଲାପାଳ ଶ୍ରୀ ବେହେରା ଆଳି ତହସିଲଦାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଦାବିପତ୍ର ପ୍ରଦାନ ବେଳେ ଓଳାଭର ସରପଞ୍ଚ ନହୁଣ ନାୟକ, ଆଦିକନ୍ଦ ଦାସ, କୈଳାସ ଚନ୍ଦ୍ର ବେହୁରା, ସମିତିସଭ୍ୟ ଦେବବ୍ରତ ନାୟକ, ଅଞ୍ଜନା ସାହୁ, ପ୍ରଫୁଲ୍ଲ ପୃଷ୍ଟି, ଅଜୟ ପୃଷ୍ଟି, ଶ୍ରୀନିବାସ ଓଝା, ଭୀମସେନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ