ଜିଲ୍ଲା ସ୍ତରୀୟ ଋଣ ମେଳାରେ ସ୍ୱୟଂ ସହାୟିକା ଗେଷ୍ଠିକୁ ସାଢେ ୪ କୋଟି ଟଙ୍କାର ଋଣ ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଏକ ଜିଲ୍ଲା ସ୍ତରୀୟ ଋଣ ମେଳା କେନ୍ଦ୍ରାପଡା ପଞ୍ଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସ୍ୱୟଂ ସହାୟିକା ଗୋଷ୍ଠି ଏବଂ ଋଣ ପରିଚାଳନା ସହ ଋଣର ଉତ୍ପାଦନ ଭିତିକ ବ୍ୟବହାର, ଜୀବନ ଧାରଣ ମାନରେ ଉନ୍ନତି କରଣ କରିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଓ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଋଣମେଳାରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ ଅଧ୍ୟକ୍ଷତା କରିଥିଲେ । ଏହି ଋଣ ମେଳାରେ ୧୯୪ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୪ କୋଟି ୫୦ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଓ ବନ୍ଦନା ଖଟୁଆ, ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ଉମାକାନ୍ତ ପୂଜାରୀ, ପୂର୍ଣ୍ଣେନ୍ଦୁ ମହାପାତ୍ର, ନାବାର୍ଡର ଜିଲ୍ଲା ଉନ୍ନୟନ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ, ପୂର୍ଣ୍ଣିମା ମହାପାତ୍ର, ଓଡିଶା ଜୀବିକା ମିଶନର ସତ୍ୟଭାମା ନାୟକ, ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ପ୍ରକାଶ ଗ୍ରହାଚାର୍ଯ୍ୟଙ୍କ ସମେତ ରୀନାରାଣୀ ନାୟକ, ପ୍ରମୋଦ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ