ଜବରଦଖଲ ଜମି ଉଛେଦ କରିବା ପାଇଁ ସାଧାରଣରେ ଦାବି
ଯୋଡ଼ା (ଯୁଗାଦ୍ଦ) ଜଜାଙ୍ଗ ଗ୍ରାମପନଚାୟତର ଜୁରୁଡିଠାରେ ଜୈନେକ ବ୍ୟକ୍ତି ଜବର ଦଖଲ କରିଥିବା ଜମିକୁ ଉଛେଦ କରିବା ପାଇଁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ମଙ୍ଗଳବାର ପୂର୍ବାହ୍ନ ୧୦ ଟା ସମୟରେ ଜମି ଚିହ୍ନଟ ପ୍ରକ୍ରିୟା କରାଯାଇଛି । ସ୍ଥାନୀୟ ଜଜାଙ୍ଗ ସରପନଚ ରତ୍ନମଣି ନାଏକ ଉକ୍ତ ଜମିକୁ ଜବରଦଖଲ କରାଯାଇଥିବା ନେଇ ବଡବିଲ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଉକ୍ତ ଜମିକୁ ଗ୍ରାମବାସୀମାନେ ସ୍ମଶାନ ଭାବେ ବ୍ୟବହାର କରୁଥିଲେ । ଜମିଜବରଦଖଲ ହେବା ପରେ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ଉଛେଦ ପାଇଁ ଦାବି କରିଥିଲେ । ଅଭିଯୋଗକୁ ଆଧାର କରି ମଙ୍ଗଳବାର ଯୋଡା ରାଜସ୍ୱ ନିରୀକ୍ଷକ ଅବନି କୁମାର ମହାନ୍ତ ଉକ୍ତ ଜମିର ଚିହ୍ନଟ ପ୍ରକ୍ରିୟା କରି ତହସିଲଦାରଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିବା ସେ ସୂଚନା ଦେଇଛନ୍ତି । ଜଜାଙ୍ଗ ମୌଜା ଖାତା ନଂ ୧୬୮, ପ୍ଲଟ ନଂ ୪୯ କିସମ ତଇଳାଏକ ରେ ୩୯ ଡେସିମିଲ୍ , ଖାତା ନଂ ୧୬୮, ପ୍ଲଟ ନଂ ୫୦ କିସମ ତଇଳାଏକରେ ୫୦ଡେସିମିଲ୍, ଖାତା ନଂ ୧୬୯, ପ୍ଲଟ ନଂ ୫୧ କିସମ ପଥରବଣିରେ ୩୭ ଡେସିମିଲ୍ ଏବଂ ଖାତା ନଂ ୧୬୮, ପ୍ଲଟ ନଂ ୫୨ କିସମ ଜଙ୍ଗଲ ରେ ୧୯ ଡେସିମିଲ୍ ସମୁଦାୟ ୧ ଏକର ୪୫ ଡେସିମିଲ୍ ଜମିର ଚିହ୍ନଟ ପ୍ରକ୍ରିୟା ହୋଇଛି । ଏହି ଚିହ୍ନଟ ପ୍ରକ୍ରିୟା ସମୟରେ ସ୍ଥାନୀୟ ଗ୍ରାମର ଶତାଧିକ ମହିଳାପୁରୁଷଙ୍କ ସମେତ ସରପନ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ । ଜବରଦଖଲକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


