ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ପାଇଁ ଆଲୋଚନା
ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ନବରଙ୍ଗପୁର, କୋରାପୁଟ ଓ ଜଗଦଳପୁର ରେଳବାଇ ବିଭାଗର ଡେପୁଟି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମିଳିତ ଭାବେ ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ମିସନ ଶକ୍ତି କକ୍ଷରେ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ପାଇଁ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ନବରଙ୍ଗପୁର ଜିଲ୍ଲାରେ ଦୁଇଟି ଗ୍ରାମରେ ଜମି ଅଧି ଗ୍ରହଣ ଓ କୋରାପୁଟ ଜିଲ୍ଲାରେ 22ଟି ଗ୍ରାମର ଜମି ଅଧିଗ୍ରହଣ କରାଯିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଦୁଇଟି ଗ୍ରାମରେ ଜମି ଅଧିଗ୍ରହଣ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସମୀକ୍ଷା ବୈଠକରେ କ୍ଷୁଦ୍ର ଜଳସେଚନ, ବନ ବିଭାଗ ସହ ସାମାନ୍ୟୟ ଭାବରେ ଯୋଗା ଯୋଗ କରି ପ୍ରାଥମିକ ସ୍ଥରରେ ଗ୍ରାମ ସଭାରେ ଜମି ଚିନ୍ନଟ କରାଯାଇ ଜମି ହରାଇଥିବା ହିତାଧିକାରୀଙ୍କୁ କ୍ଷତି ଭରଣ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଆପତ୍ତି ଅଭିଯୋଗ ପ୍ରତି ଧ୍ୟାନ ଦିଆ ଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଏହା ବ୍ୟତୀତ ରେଳ ପ୍ରକଳ୍ପ ସର୍ଭେ ଓ ଜମି ଅଧିଗ୍ରହଣ କରିବାର ସମସ୍ତ ଦାହିତ୍ୱ ନବକୃଷ୍ଣ ଚୌଧରୀ ଅନୁଷ୍ଠାନ ବ୍ଲୁପ୍ରିଣ୍ଟ କରିବାର ଦିଆ ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଷ୍ଟ କରାଯାଇଛି l ଏହି ସମୀକ୍ଷା ବୈଠକରେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, କୋରାପୁଟ ଜିଲ୍ଲା ପାଳ ଏବଂ ନବରଙ୍ଗପୁର ଜିଲ୍ଲା ପାଳ ଡ଼କ୍ଟର ଅଜିତ କୁମାର ମିଶ୍ର ଉପସ୍ଥିତ ଥିଲେ l


