ଜମିବାଡି ବିବାଦକୁ ନେଇ ଥାନାରେ ଫେରାଦ ହେଲେ ପରିବାର ସଦସ୍ୟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରାମପୁର ଗ୍ରାମରେ ଦୈନନ୍ଦିନ ଯାତାୟତ ପାଇଁ ଏକ ରାସ୍ତା ଅନେକ ଦିନ ହେବ ନିର୍ମାଣ ହୋଇପାରୁନଥିଲା । ଏବେ ସରପଞ୍ଚଙ୍କ ପ୍ରଚେଷ୍ଟା ଯୋଗୁ ଉକ୍ତ ଗାଁ ମଧ୍ୟରେ ଏକ ରାସ୍ତା ନିର୍ମାଣ ପାଇଁ ପ୍ରାଥମିକ ଭାବେ ମାଟିକାମ ଆରମ୍ଭ ହୋଇଥିଲା । କାର୍ଯ୍ୟ ଆରମ୍ଭରୁ ବିବାଦ ଦେଖାଦେବାରୁ ଗ୍ରାମର ସୁରେନ୍ଦ୍ର ଜେନା ତାଙ୍କ ବ୍ୟକ୍ତିଗତ ଜାଗାରେ ରାସ୍ତା ନିର୍ମାଣ ହେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ପୁଲିସ ପକ୍ଷରୁ ସମସ୍ୟା ବାବଦରେ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସଫଳ ହୋଇନଥିଲା । ଯେଉଁଥିପାଇଁ ରାସ୍ତା କାର୍ଯ୍ୟ ଏଯାଏଁ ବନ୍ଦ ରହିଛି । ଗତ ଶୁକ୍ରବାର ରାତିରେ ଅଭିଯୋଗ କର୍ତ୍ତା ସୁରେନ୍ଦ୍ର ଜେନା ତାଙ୍କ ପରିବାର ସହିତ ଥାନାରେ ପହଞ୍ଚି ଉକ୍ତ ରାସ୍ତାକାମକୁ ନେଇ ଗାଁ ଲୋକ ତାଙ୍କୁ ଧମକ ଚମକ ଦେଉଥିବା ଜଣାଇଥିଲେ । ଏପରିକି ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ସମେତ ପୁଅ, ବୋହୂ ଗାଁକୁ ନଫେରି ଦକ୍ଷିଣବାଡ ସରପଞ୍ଚଙ୍କ ଜରିଆରେ ସ୍ଥାନୀୟ ସ୍କୁଲ ଠାରେ ଆଶ୍ରୟ ନେଇଥିଲେ । ସକାଳ ହେବାପରେ ଥାନାର ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ସଦଳବଳେ ସୁରେନ୍ଦ୍ରକୁ ଧରି ରାମପୁର ଠାରେ ପହଞ୍ଚିଥିଲେ । ଏହାପରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ଗ୍ରାମବାସୀଙ୍କୁ ଡାକି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ରାସ୍ତା ନିର୍ମାଣ ବାବଦୀୟ କାର୍ଯ୍ୟରେ ସ୍ଥାନ ନିରୂପଣକୁ ନେଇ ବିଶୃଙ୍ଖଳା ଦେଖାଦେଇଥିବାବେଳେ ପୁଲିସ ଏହାକୁ ସମାଧାନ ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇନାହିଁ । ତେଣୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଦୁଇ ପକ୍ଷଙ୍କ ସକାଶେ ତହସିଲଦାରଙ୍କୁ ୧୦୭ ପାଇଁ ଥାନା ପକ୍ଷରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ