ଆବାସ ଯୋଜନା ଗୃହ ପରିଦର୍ଶନ କଲେ ବିଡିଓ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତରେ କେତେକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ନେଇ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ବିଡିଓ ବିଜୟ କୁମାର ସାହୁ ଆଜି ପଞ୍ଚାୟତକୁ ଗ୍ରସ୍ତ କରି ଗୃହ ନିର୍ମାଣ ବିଷୟରେ ତଦାରଖ କରିଛନ୍ତି । ଯେଉଁ ହିତାଧିକାରୀଙ୍କ ନାମରେ ଅନିୟମିତତା ହୋଇଥିଲା ବିଡିଓ ତାହାକୁ ପରିଦର୍ଶନ କରିଥିବାବେଳେ ଅନ୍ୟାନ୍ୟ ଗୃହ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ଯେଉଁ ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇ ଅଦ୍ୟାବଧି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନାହାଁନ୍ତି କିମ୍ବା ଅଧାରେ କାମ ଛାଡିଥିବା ବ୍ୟକ୍ତିମାନଙ୍କୁ ଶୀଘ୍ର କାର୍ଯ୍ୟ ଶେଷକରିବାକୁ ବିଡିଓ ପରାମର୍ଶ ଦେଇଥିଲେ । ବିଡିଓଙ୍କ ସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ସାହୁ, ଜିଓ ଟ୍ୟାଗ କରୁଥିବା କର୍ମଚାରୀ ଦେବାନନ୍ଦ ସେଠୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ