ଜମିରେ କାର୍ଯ୍ୟ କରୁଥିବା ବେଳେ ସଂଘବଦ୍ଧ ଆକ୍ରମଣ ଉଦ୍ୟମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ଦେବତାଗଢିଆ ଗ୍ରାମର ଜନୈକ ବାପପୁଅ ଜମିରେ କାର୍ଯ୍ୟ କରୁଥିବା ବେଳେ ସେହି ଗ୍ରାମର ଅନ୍ୟ ଏକ ପରିବାରର ଲୋକ ମାନେ ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଦେବତାଗଢିଆ ଗ୍ରାମର ଅଶୋକ ନାଥ ଓ ତାଙ୍କ ବାପା ସହିତ ଜମିରେ କାର୍ଯ୍ୟ କରୁଥିବା ବେଳେ ସେହି ଗ୍ରାମର ବସନ୍ତ ନାଥଙ୍କ ସମେତ ପରିବାର ଲୋକେ ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିଲେ । ଏନେଇ ଗତ ଏପ୍ରିଲ୍ ୪ ତାରିଖରେ ଅଭିଯୋଗ ହୋଇଥିଲା । ରବିବାର ପୋଲିସ କେସ ନଂ-୭୮/୨୦ ମୂଳେ ୬ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


