ଜଳର ସୁପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ଆତ୍ମାର ମିଳିତ ଆନୁକୁଲ୍ୟରେ ଏବଂ ରାଜ୍ୟ କୃଷି ଓ କୃଷକ ଶସକ୍ତି କରଣ ବିଭାଗ ସହଯୋଗରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ କୃଷିଭିତିକ ଜୀବିକା ନିର୍ବାହ ପାଇଁ ଜଳର ସୁପରିଚାଳନା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବୈଠକ ବୁଧବାର ସନ୍ଧ୍ୟାରେ ଅବୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟିର ପ୍ରୋଗ୍ରାମ ମ୍ୟାନେଜର ହୃଷିକେଶ ମହାପାତ୍ର ଯୋଗଦେଇ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପାଇଁ ଆଣ୍ଡ୍ରୋଏଡ ଆପ ମାଧ୍ୟମରେ କୃଷି ଓ ଜଳ ସମ୍ପର୍କରେ କିଭଳି ଆକଳନ କରାଯାଇପାରିବ ସେ ସମ୍ପର୍କରେ ପାୱାର ପଂଏଟ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ । ଜଳ ଆକଳନ କରିବା ପରେ ଚାଷକାର୍ଯ୍ୟ କରିବା ଓ ଜଳ ଆକଳନ ପରେ ଫାର୍ମ ପଣ୍ଡ ଖୋଳିବା ପ୍ରଭୃତି ସମ୍ପର୍କରେ ଶ୍ରୀ ମହାପାତ୍ର ବୁଝାଇଥିଲେ । ପ୍ରଥମେ ‘ଆଣ୍ଡ୍ରୋଏଡ ଆପ’ ବ୍ୟବହାର ସମ୍ପର୍କରେ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯିବ । ସେମାନେ ତାଲିମପ୍ରାପ୍ତ ହୋଇ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗ୍ରାମ୍ୟ କୃଷି ସେବକ ଓ କୃଷକ ସାଥୀମାନଙ୍କୁ ସେ ସମ୍ପର୍କରେ ତାଲିମ ପ୍ରଦାନ କରିବେ । ଗ୍ରାମ୍ୟ କୃଷି ସେବକ ଓ କୃଷକ ସାଥୀମାନେ ପ୍ରତ୍ୟେକ ଗ୍ରାମର କୃଷକମାନଙ୍କୁ ଏ ସମ୍ପର୍କରେ ତାଲିମ ଦେବେ । ଫଳରେ କୃଷକମାନେ ସେହି ଆପର ବ୍ୟବହାର କରି ଜଳ ଆକଳନ ଅନୁଯାଇ କୃଷି କାର୍ଯ୍ୟ କରି ସଫଳ ହୋଇପାରିବେ । ଏହାଦ୍ୱାରା ଜଳ ନଷ୍ଟ ନହୋଇ ସଂରକ୍ଷଣ ହେବା ସହିତ ଆବଶ୍ୟକ ଜଳ ଆକଳନ ଅନୁଯାଇ ବଡ ବଡ ପୋଖରୀ ମଧ୍ୟ ଖୋଳାଯାଇ ମାଛଚାଷ କରି ଚାଷିଟି ଲାଭବାନ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର, ସହକାରୀ ଉଦ୍ୟାନକୃଷି ନିର୍ଦେଶକ କନ୍ଦ ଜେନା, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅଶୋକ କୁମାର ସାମଲ, ଜିଲ୍ଲା କୃଷି ଅଧିକାରୀ ଜୟନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ