ଜିଲ୍ଲା ସ୍ତରୀୟ ଶିଶୁମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ସମୀକ୍ଷା ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ସ୍ତରୀୟ ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ସମୀକ୍ଷା ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଗତ ଜାନୁଆରୀମାସ ୨୪ତାରିଖ ବୈଠକରେ ‘ବେଟୀ ପଢାଓ ,ବେଟୀ ବଢାଓ’କାର୍ଯ୍ୟକ୍ରମ ଜିଲ୍ଲାରେ କିଭଳି ନିର୍ଦ୍ଧାରିତ ବାଟରେ ସଫଳତାର ସହିତ କାର୍ଯ୍ୟକାରି ହୋଇପାରିବ,ଏହି ବିଭାଗରେ ଖାଲି ପଡିଥିବା ପଦବୀ ଗୁଡିକ ଅନ୍ୟ ବିଭାଗ ଭଳି ତୁରନ୍ତ ପୁରଣ ହୋଇପାରିବ ସେଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦେଶ ଦେଇଥିଲେ । ବୈଠକରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର, ସମିତି ସଦସ୍ୟ କିଶୋର କୁମାର ସ୍ୱାଇଁ, ଲଳିତାଞ୍ଜଳି ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ବାଦଲ ଦାଶ, ବିବେକାନନ୍ଦ ଅତ୍ତବୁଦ୍ଧି, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, କନକଲତା ବେହେରା, ଶ୍ରୀକାନ୍ତ ନାୟକ, ନରୋତ୍ତମ ପଟ୍ଟନାୟକ, ବିଶ୍ୱଜୀତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


