ଦିବ୍ୟଜୀବନ ସଂଘ ର ସତସଙ୍ଗ ସମାରୋହ

ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଦିବ୍ୟଜୀବନ ସଂଘ ଶାଖା ତରଫରୁ ବୁଧବାର ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧକ୍ଷତାରେ ଏକ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗ ପ୍ରାରମ୍ଭରେ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତ୍ରୋତ୍ର, ଶ୍ରୀ ସୂକ୍ତମ, ଶନିଶ୍ଚର ସ୍ତ୍ରୋତ୍ର, ଗୀତା ପାଠ ଓ ହନୁମାନ ଚାଲିଶା ସାମୁହିକ ଭାବେ ପାଠ କରା ଯାଇଥିଲା।ସାହୁ ପରିବାର ବର୍ଗ ଅର୍ଚ୍ଚନା କରି ପରିବାର ତଥା ବିଶ୍ୱର କଲ୍ୟାଣ ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରିଥିଲେ।ବଂଶୀଧର ପଟ୍ଟନାୟକ ପରିଚାଳନା କରିଥିବାବେଳେ ସଂଘ ର ଅନ୍ୟ ଗୁରୁଭାଇ ଭଉଣୀମାନେ ଭଜନ କୀର୍ତ୍ତନ ରେ ସହଯୋଗ କରିଥିଲେ।ବଢିଆଉସ୍ତା ଦିବ୍ୟଜୀବନ ସଂଘ ସଭାପତି କଥାବାଚକ ମାନସ ରତ୍ନ ସ୍ୱାମୀ ରାମଦାସାନନ୍ଦ ସରସ୍ବତୀ ଏବଂ ବ୍ରହ୍ମପୁରରୁ ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ ତଥା ବ୍ରହ୍ମଚାରୀ ଅମର ଭାଇଜୀ ଯୋଗଦେଇ ଗୁରୁଦେବଙ୍କ ବାଣୀ ଶୁଣାଇ ଥିଲେ।ଭଲ ହେବା ଭଲ କରିବା ଦିବ୍ୟଜୀବନ ସଂଘର ମୂଳ ମନ୍ତ୍ର ବୋଲି ସ୍ୱାମୀ ଶିବାନନ୍ଦ କହିଛନ୍ତି ବୋଲି ସ୍ୱାମୀଜୀ ମାନେ କହିଥିଲେ। ସର୍ବଦା ସତସଙ୍ଗକୁ ଆସିବାକୁ ଉଦ୍ୟମ କରିବାକୁ ପ୍ରେରଣା ଦେଇଥିଲେ ଯେହେତୁ ଏହା ହିଁ ସର୍ବଶ୍ରେଷ୍ଠ ସାଧନା।ଏହି କାର‌୍ୟ୍ୟକ୍ରମକୁ ଆଖପାଖ ସବୁ ପରମ୍ପରାର ଅନେକ ଭକ୍ତପିପାସୁ ଯୋଗଦେଇ ବିଭୁକୃପା ଲାଭ କରିଥିଲେ। ପରିଶେଷରେ ସଂଘ ସଭାପତି ଦୁଇ ସ୍ୱାମୀଜୀ ଓ ଉପସ୍ଥିତ ସମସ୍ତ ଭକ୍ତମଣ୍ଡଳୀକୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଏକ ସ୍ୱତନ୍ତ୍ର ସତସଙ୍ଗ ଦେବରାଜ ସାହୁଙ୍କ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ