ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ଶିକ୍ଷାନବିସଙ୍କର ଓଡ଼ିଶା ଆଗମନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ଶିକ୍ଷାନବିସଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, କାଜାକସ୍ଥାନ, ଇଜିପଫ, କେନିଆ ଭଳି ମିତ୍ରରାଷ୍ଟ୍ରର ବରିଷ୍ଠ ସାମରିକ ଅଧିକାରୀମାନେ ଆଜି ଓଡ଼ିଶା ଆସି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ମହାପାତ୍ର ଓଡ଼ିଶାର ଆର୍ଥିକ ପ୍ରଗତି, ଗମନାଗମନ ସୁବିଧା, ଭିତ୍ତିଭୂମି, ଶିଳ୍ପାନ୍ୱୟନ, ଦକ୍ଷ ଓ କୁଶଳୀ ମାନବସମ୍ବଳ ସୃଷ୍ଟି ଆଦି କ୍ଷେତ୍ରରେ ହୋଇଥିବା ଦ୍ରୁତ ବିକାଶ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ । ଗତ ଶତାବ୍ଦୀର ଶେଷ ଭାବରେ ଅଭୂତପୂର୍ବ ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଏହି ପ୍ରଭୂତ କ୍ଷୟକ୍ଷତି ସତ୍ତେ୍ୱ ରାଜ୍ୟସରକାରଙ୍କ ଦୃଢ଼ ନିଷ୍ପତ୍ତି, ସାମୂହିକ ପ୍ରଚେଷ୍ଟା ଏବଂ ସ୍ୱଚ୍ଛ ଓ ତ୍ୱରିତ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗମନାଗମନ ଓ ସାମାଜିକ ନିରାପତ୍ତା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ବୋଲି ସେ କହିଥିଲେ । ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଜୈବ ବିବିଧତା ଏବଂ ରାଜ୍ୟର ୪୦ ଭାଗରୁ ଊଦ୍ଧ୍ୱର୍ ଭୂମିରେ ସବୁଜ ଜଙ୍ଗଲ ସହ ବକ୍ସାଇଟ୍‌, ଲୁହାପଥର, ନିକେଲ ଆଦି ଖଣିଜ ପଦାର୍ଥ ଏବଂ ସାମୁଦ୍ରିକ ସଂପଦରେ ଓଡ଼ିଶା ସମୃଦ୍ଧ । ବର୍ତ୍ତମାନ ରାଜ୍ୟ କୃଷି-ଅର୍ଥନୀତିରୁ ଶିଳ୍ପ-ଅର୍ଥନୀତି ଆଡକୁ ଦ୍ରୁତ ଅଗ୍ରସର ହେଉଛି । ପ୍ରଶାସନିକ ସଂସ୍କାର ଏବଂ ନାଗରିକ-କୈନ୍ଦି୍ରକ ଯୋଜନା ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଅତିରକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶୀ୍ର ପ୍ରଦୀପ କୁମାର ଜେନା ୧୯୯୯ ଏବଂ ୨୦୨୦ ମସିହାରେ ଓଡ଼ିଶାର ଏକ ତୁଳନାତ୍ମକ ତଥ୍ୟଭିତ୍ତି ପ୍ରଦାନ କରିଥିଲେ । ମହାବାତ୍ୟାରୁ ମିଳିଥିବା ଶିକ୍ଷା ପ୍ରଗତିର ସହାୟକ ହେଲା ବୋଲି ଜେନା କହଥି ିଲେ । ଆଜି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅନେକ ଆନ୍ତର୍ଜାତିକ ସ୍ୱୀକୃତି ସଲ କରିବା ସହ ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କୁ ସହାୟତା ଯୋଗାଇବାରେ ସମର୍ଥ ହୋଇଛି ବୋଲି ମଧ୍ୟ ଜେନା କହିଥିଲେ । ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ନିତୀନ ଭାନୁଦାସ ଜାୱାଲେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଏବଂ ବ୍ୟବସାୟ-ଅନୁକୂଳ-ପ୍ରଶାସନିକ-ବ୍ୟବସ୍ଥା ବିଷୟରେ ସବିଶେଷ ତଥ୍ୟ ଦେବା ସହ କହିଥିଲେ ଯେ ପ୍ରକ୍ରିୟାଗତ ସଂସ୍କାର ଯୋଗୁଁ ଓଡ଼ିଶା ଆଜି ପୁଂଜିନିବେଶ କ୍ଷେତ୍ରରେ ଆଗୁଆ ହୋଇପାରିଛି । ବୈଷୟିକ ଶିକ୍ଷା ଏବଂ କୌଶଳ ବିକାଶ ବିଭାଗ ଶାସନ ସଚିବ ଶୀ୍ର ସଂଜୟ କୁମାର ସିଂ ଓଡ଼ିଶାର କୁଶଳୀ ମାନବସମ୍ବଳ ଏବଂ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଆନୁଷ୍ଠାନିକ ବ୍ୟବସ୍ଥା ବିଷୟରେ ଶିକ୍ଷାନବିସମାନଙ୍କୁ ଅବଗତ କରାଇଥିଲେ । ସିଂ କହିଥିଲେ ଯେ ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ଏବଂ ‘ସ୍କିଲଡ୍‌ ଫର ଫୁ୍ୟଚର’ ପାଇଁ ଅନେକ ମାନ୍ୟତା ହାସଲ କରିଛି । ଉଚ୍ଚ ମାନର ତାଲିମ ଯୋଗୁଁ ଓଡ଼ିଶାର ଯୁବକଯୁବତୀମାନେ
‘ବିଶ୍ୱ ସ୍କିଲ୍‌’ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଓଡ଼ିଶାରୁ ତାଲିମପ୍ରାପ୍ତ ଯୁବକଯୁବତୀ ବିଭିନ୍ନ କ୍ଷେତ୍ରରେ ନିଜର କର୍ମଦକ୍ଷତା ପ୍ରମାଣ କରିବା ସହ ନିଜର ବୃତ୍ତିଗତ ବିକାଶ ସାଧନ କରିଛନ୍ତି । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ୍‌ ଓଡ଼ିଶାର ପର୍ଯ୍ୟଟନ ପ୍ରାଚୁର୍ଯ୍ୟ, ପର୍ଯ୍ୟଟନ ଶିଳ୍ପ ଆଦି ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶାର ଇକୋ-ରିଟି୍ରଟ୍‌, ଇକୋ-ଟୁରିଜିମ୍‌ ଆଦି ସ୍ୱତନ୍ତ୍ର ପଦକ୍ଷେପ କୋଭିଡ୍ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର କ୍ଷେତ୍ରରେ ଅନେକ ସହାୟକ ହୋଇଛି ବୋଲି କହିଥିଲେ । ଏହି ଆଲୋଚନା ଚକ୍ରରେ ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ୱାତନ୍ତ୍ର୍ୟ ବିଷୟ ଆଲୋଚନା ହୋଇଥିଲା । ପୌର ନିଗମର ପରିବେଶ ଅନୁକୂଳ ପଦକ୍ଷେପ, ବାସଗୃହ ନିର୍ମାଣ ବ୍ୟବସ୍ଥା, ଦକ୍ଷ ଗମନାଗମନ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା, ସ୍ୱଚ୍ଛତା ଓ ନିର୍ମଳତା କ୍ଷେତ୍ରରେ ସଫଳ ପଦକ୍ଷେପ ଆଦି ବିଷୟରେ ଶିକ୍ଷାନବିସମାନେ ପଚାରି ବୁଝିଥିଲେ । ସୂଚନାଯୋଗ୍ୟ, ଜାତୀୟ ପ୍ରତରି କ୍ଷା ପ୍ରତିଷ୍ଠାନର ୨୦ ଜଣ ଶିକ୍ଷାନବିସ ଓଡ଼ିଶା ଆସିଛନ୍ତି । ଓଡ଼ିଶାର ପ୍ରଗତି ଏବଂ ପ୍ରଶାସନିକ ବ୍ୟବସ୍ଥା ସେମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିଛି । ସେମାନେ ଓଡ଼ିଶାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରହିବେ ଏବଂ ବିଭିନ୍ନ ସ୍ଥାନ ବୁଲି ବହୁ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ମେଜର ଜେନେରାଲ୍‌ ଏଚ୍‌.ବି. ପିଲାଇ ଏହି ଦଳର ନେତୃତ୍ୱ ନେଉଥିବାବେଳେ ବରିଷ୍ଠ ପୋଲିସ୍‌ ଅଧିକାରୀ ଶ୍ରୀମତୀ ସୁନିତା କାକରନ୍‌ ଏହାର ସଂଯୋଜନା କରୁଛନ୍ତି । ଏହି ଦଳ ପାରାଦ୍ୱୀପ, ଚିଲିକା, ଗଞ୍ଜାମ ଆଦି ସ୍ଥାନ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି । ଖାରବେଳ ଭବନଠାରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ଓଡ଼ିଶାର ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସଂଯୋଜନା କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଶିକ୍ଷାନବିସମାନଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ