ଜାତୀୟ ଯୁବ ଦିବସ ପାଳନ ଅବସର’ରେ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ପକ୍ଷ’ରୁ ଆଜି ଜାତୀୟ ଯୁବ ଦିବସ ପାଳନ ଅବସର’ରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସର’ରେ ପ୍ରଥମେ ସଡ଼କ ସୁରକ୍ଷା ଉପରେ ମହାବିଦ୍ୟାଳୟ ପରିସର’ରୁ ଏକ ସଚେତନତା ଶୋଭାଯାତ୍ରା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ପରିକ୍ରମା କରିଥିଲା ।ପରେ ରାଣୀପେଣ୍ଠ ଛକ ଠାରେ ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ କର୍ମଚାରୀ ଯିବା ଆସିବା କରୁଥିବା ଲୋକମାନଙ୍କୁ ଟ୍ରାଫିକ ନିୟମ ମାନିବାକୁ ଏବଂ ହେଲମେଟ ପିନ୍ଧିବା ଉପରେ ସଚେତନତା ପତ୍ର ଦେଇ ସଚେତନ କରାଇଥିଲେ ।ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପିକା ମାନେ ଯୁବ ରେଡକ୍ରସ ସଂଜୋଜିକା ଶ୍ରୀମତୀ କଳ୍ପନା ପଣ୍ଡା’ଙ୍କ ନେତୃତ୍ୱରେ ପଦ୍ମପୁର ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର’କୁ ଯାଇ ସେଠାରେ ଅଙ୍ଗନବାଡି କର୍ମୀ ମାନଙ୍କୁ ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦ’ଙ୍କ ବାଣୀ ଓ ଯୁବ ଦିବସ ପାଳନ’ର ତାତ୍ପର୍ଯ୍ୟ ସମ୍ପର୍କରେ କହି ସଚେତନ କରାଇଥିଲେ ।ଏହି ଅବସର’ରେ ମହାବିଦ୍ୟାଳୟ’ର ସମ୍ମିଳନୀ କକ୍ଷ ଠାରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ , ଜିଲ୍ଲା ନେହେରୁ ଯୁବ କେନ୍ଦ୍ର’ର ମିଳିତ ସହଯୋଗ’ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ’ଙ୍କ ସଭାପତିତ୍ବ’ରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ’ର ସହକାରୀ ପ୍ରଫେସର ଡ଼ଃ ପ୍ରିୟବ୍ରତ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦ’ଙ୍କ ଜୀବନୀ ଆଲୋଚନା କରି ସ୍ଵାମୀ ବିବେକା ନନ୍ଦ ଥିଲେ ଯୁବ ସମାଜ ପାଇଁ ଜଣେ ରୋଲ ମଡେଲ ଏବଂ ପ୍ରେରଣା’ର ଉତ୍ସ । ତାଙ୍କ ପ୍ରେରଣା , ଚେତନା ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୋଇ ଆଗକୁ ବଢିବା ପାଇଁ ମାର୍ଗଦର୍ଶନ କରିବା ସହ ଜଣେ ଭଲ ମଣିଷ ହୋଇ ସମାଜ’ରେ ନିଜର ପରିଚୟ ସୃଷ୍ଟି କରିବାରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଗଜପତି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସାଗର ରାଜେନ୍ଦ୍ର ପାତ୍ର , ବିନୋଦିନୀ କନିଷ୍ଠ ମହାବିଦ୍ୟାଳୟ’ର ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ , ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ , ଯୁବ ରେଡକ୍ରସ୍ ସଂଯୋଜୀକା ଶ୍ରୀମତୀ କଳ୍ପନା ପଣ୍ଡା ଏବଂ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର’ର ଶ୍ରୀ ଏ: ମହେଶ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଯୁବ ଦିବସ ପାଳନ’ର ଆଭିମୁଖ୍ୟ ଏବଂ ଦେଶ ଗଠନ’ରେ ଯୁବ ସମାଜ’ର ଭୂମିକା ସମ୍ପର୍କରେ କହିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ’ର ଅଧ୍ୟକ୍ଷା ଶ୍ରୀ ମନୋଜ କୁମାର ପଟ୍ଟନାୟକ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ’ରେ ଅନୁଷ୍ଠିତ ହୋଇଥିବା ବେଳେ ଏହା’କୁ ମହାବିଦ୍ୟାଳୟ’ର ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ , ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ , ଯୁବ ରେଡକ୍ରସ୍ ସଞ୍ଜୋଜିକା କଳ୍ପନା ପଣ୍ଡା , କର୍ମଚାରୀ ପ୍ରଭାକର ପାତ୍ର ଏବଂ ନେହେରୁ ଯୁବ କେନ୍ଦ୍ର’ର ସ୍ୱେଚ୍ଛାସେବୀ ଗଣ ଯଥା:- ଏ: ମହେଶ , ଭି: ଭବାନୀ , ଏସ: ପ୍ରବୀଣ କୁମାର ଏବଂ ଏସ: ଜଗପତି ବାବୁ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ