ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ କେନ୍ଦ୍ରାପଡାରୁ ୬ ମନୋନିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜାତୀୟ ଯୋଗାସନ କ୍ରୀଡା ମହାସଙ୍ଘ ପକ୍ଷରୁ ଗୁଜୁରାଟ ଯୋଗାସନ କ୍ରୀଡା ସଙ୍ଘ ସହାୟତାରେ ଚଳିତ ଡିସେମ୍ବରମାସ ୧୭ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ଅହମଦାବାଦ୍ ଠାରେ ଥିବା ଲକୁଲିସ ଯୋଗ ବିଶ୍ୱ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଜାତୀୟ ଯୋଗାସନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ୬ଜଣ ପ୍ରତିଯୋଗୀ ମନୋନିତ ହୋଇଛନ୍ତି । ସେମାନେ ହେଉଛନ୍ତି କେନ୍ଦ୍ରାପଡା ବ୍ଲକର ଅମିତା ସ୍ୱାଇଁ ଓ ଦିପ୍ତିମୟୀ ଭୋଳ, ଡେରାବିଶ ବ୍ଲକର ଟୁଇଙ୍କିଲ ସ୍ୱାଇଁ, ଶୁଭଶ୍ରୀ ସରିତା ରାଉତ, ସ୍ଥିତିପ୍ରଜ୍ଞା ମହାନ୍ତି ଓ ସ୍ଥିତି ମଲିକ । ସେହିପରି ବିଚାରକ ଭାବରେ ରାଜକନିକା ବ୍ଲକର ସଞ୍ଜୟ କୁମାର ମଥାନ ଓ କୋଚ ଭାବେ ଡେରାବିଶ ବ୍ଲକର ଟୁଲୁ ମଲିକ ପ୍ରମୁଖ ମନୋନିତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସେମାନଙ୍କୁ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ