ଜାତୀୟ ରାଜପଥରେ ବଢୁଛି ଦୃଘଟଣା

ରମ୍ଭା,(ଓ୍ବାଇଏନ୍ଏସ୍):ଦେଶରେ କରୋନା ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି ।ବର୍ତ୍ତମାନ କରୋନାଠୁ ବଳି ଗଲାଣି ଦୃଘଟଣା ।ବିଶେଷ କରି ଗଞ୍ଜାମ, ଖଲ୍ଲିକୋଟ ବ୍ଲକ ରେ ଥିବା ଜାତୀୟ ୧୬ ନମ୍ବର ରାଜପଥରେ ଦୃଘଟଣା ବୃଦ୍ଧି ପାଉଛି ।ଜାତୀୟ ରାଜପଥର ସମ୍ପ୍ରସାରଣ ହେବାଠାରୁ ଦୃଘଟଣା କମିବାର ନା ଧରୁ ନାହିଁ ।ଗାଡି ଚାଳକ ମାନେ ବେପାରୁଆ ମନୋଭାବ,ମଦ ପିଇ ଦ୍ରୁତ ଗତିରେ ଗାଡି ଚଳାଉଥିବା,ଓଭର ଟ୍ରାକ କରି ଗାଡି ଚଳାଇବା ଯୋଗୁଁ ସାଧାରଣ ଲୋକମାନେ ବଳି ପଡୁଛନ୍ତି ।ଗତ କିଛି ଦିନ ମଧ୍ୟରେ ବାଇକ ଦୃଘଟଣା,କାର ଦୃଘଟଣା ,ଟ୍ରକ,ବସ୍ ଦୃଘଟଣା ଲୋକମାନଙ୍କୁ ବିଚଳିତ କରି ଦେଇଛି ।ସାଧାରଣ ଲୋକ ଜାତୀୟ ୧୬ ନମ୍ବର ରାଜପଥରେ ଯାତାୟତ କରିବାକୁ ନିଜକୁ ସୁରକ୍ଷିତ ମନେ କରୁ ନାହାଁନ୍ତି ।ବେଶୀ ପରିମାଣରେ ଦୃଘଟଣା ସ୍ଥାନମାନଙ୍କରେ ପୋଲିସ ମୁତୟନ କରାଯାଉ ନାହିଁ ।ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ୧୬ ନମ୍ବର ରାଜପଥର ମୁଖ୍ୟ ମୁଖ୍ୟ ଛକ ମାନଙ୍କରେ ପୋଲିସ ମୁତୟନ ସହ ସିସିଟିଭି କ୍ୟାମେରା ଲଗାଗଲେ ଦୃଘଟଣା ରୋକାଯାଇ ପାରିବ ବୋଲି ସାଧାରଣ ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ