ଜାନକୀବାବୁଙ୍କ ଅଷ୍ଟମ ଶ୍ରାଦ୍ଧ ଉତ୍ସବ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ, ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି ।ଜାନକୀ ବଲ୍ଲଭ ସ୍ମୃତି କମିଟିର ଅଧ୍ୟକ୍ଷ ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ଓ ସ୍ମୃତି ସମ୍ମାନ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଆମେ ଆଉ କାହା ସହିତ ତୁଳନା କରିପାରିବା ନାହିଁ । ୧୯୮୦ ଦଶକରେ ଓଡ଼ିଶା ଯେଉଁ ଆର୍ଥିକ ଦୁଃସ୍ଥିତି ଭିତରେ ଗତି କରୁଥିଲା, ସେତେବେଳେ ସେ ତାର ଦୃଢ ମୁକାବିଲା କରିବା ସହ ଓଡ଼ିଆ ଯୁବକମାନଙ୍କୁ କର୍ମସଂସ୍ଥାନ ଦେବା ପାଇଁ ହଜାରେ ଦିନରେ ହଜାର କୋଟି ଟଙ୍କାରେ ହଜାର ଶିଳ୍ପର ଆହ୍ୱାନ ଦେଇଥିଲେ । ତାହା ହିଁ ଥିଲା ଓଡ଼ିଶାରେ ବିକାଶର ଭିତ୍ତିଭୂମି ।ଝାଡଖଣ୍ଡ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ସଂଗଠକ ଡାକ୍ତର ଦୀନେଶ କୁମାର ଶଢଙ୍ଗୀ ଜାନକୀ ବାବୁଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ବୋଲି କହିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ ବୋଲି କହିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ପ୍ରାବନ୍ଧିକ ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ ଜାନକୀ ବାବୁଙ୍କୁ ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ମଣିଷ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପ୍ରଶାସନିକ ଦକ୍ଷତା, ବିଧାନସଭାରେ ତାଙ୍କର ଗାମ୍ଭିର୍ଯ୍ୟପୂର୍ଣ୍ଣ ଉତ୍ତର, ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜସ୍ୱ ଯୋଜନା ଓ ବିଶେଷ ଭାବରେ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅନବଦ୍ୟ ଅବଦାନ ତାଙ୍କୁ ସବୁବେଳେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ