ଜାମିଆ ହିସାଂ ଘଟଣାରେ ୧୦ ଗିରଫ
ନୂଆଦିଲ୍ଲୀ- ନାଗରିକ ସଂଶୋଧନ ଆଇନ୍ କୁ ବିରୋଧକରି ବ୍ୟାପକ ହିଂସା ଘଟାଇଥିବା ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ୧୦ ଜଣ ଗିରଫ ପୁଲିସ । ଗିରଫମାନଙ୍କ ମଧ୍ୟରେ କେହି ଛାତ୍ର ନଥିବା ଜଣାପଡିଛି । ତାସହ ପୁଲିସ କହିଛି କୌଣସି ଛାତ୍ରଙ୍କୁ କ୍ଲିନଚିଟ ଦେଇ ନାହିଁ ।୧୦ ଜଣ ଙ୍କୁ ଜାମିଆ ଓ ଓଖଲା ଅଞ୍ଚଳରୁ ଗିରଫ କରାଯାଇଛି । ତାସହ ହିଂସା ମାମଲାରେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବାବେଳେ ସେପଟେ ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସର କ।ର୍ଯ୍ୟ।ନୁଷ୍ଠ।ନର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାମିଆ କୂଳପତି ନଜମା ଅଖତର ।


