ଜାହ୍ନବୀଙ୍କ ଖୁସି

ଜାହ୍ନବୀ କପୁର ଏବେ ଖୁସିରେ ଉଛୁଳୁଛନ୍ତି । ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉକ୍ରଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ହେଲେ କ’ଣ ପାଇଁ ଜାଣନ୍ତି? କାରଣ ସେ ଅଭିନୟ କରିବାକୁ ଯାଉଥିବା ହିନ୍ଦୀ ସିନେମା “ଦାସ୍ତାନା-୨’ର ଶୁଟିଂ ଆସନ୍ତା ମାସ ଅର୍ଥାତ୍ ନଭେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି । ତେଣୁ ଏ ନେଇ ସେ ପ୍ରାରମ୍ଭିକ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏ ନେଇ ଜାହ୍ନବୀ କହନ୍ତି, “ଏହି ଫିଲ୍ମରେ ମୋତେ ସ୍ପୋଟର୍ସ ଲୁକ୍‌ରେ ଦର୍ଶକ ଦେଖିବାକୁ ପାଇବେ । ତେଣୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡୁଛି । ଏଥିରେ ମୋ ସହ ଅଭିନୟ କରୁଥିବା କାର୍ତ୍ତିକ ଆର୍ଯ୍ୟନ ଜଣେ ଭଲ ଅଭିନେତା । ତାଙ୍କ ସହ ମୋ ଯୋଡିକୁ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି ମୋର ଆଶା ରହିଛି । “ଦାସ୍ତାନା-୨’ର ଶୁଟିଂ ନଭେମ୍ବର ପ୍ରଥମ ସପ୍ତାହରେ ଚଣ୍ଡିଗଡ, ପଟିଆଲା ଏବଂ ଉତ୍ତର ଭାରତର କେତେକ ସ୍ଥାନରେ ହେବ । ଭାରତରେ ୨୨-ଦିନିଆ ଶୁଟିଂ ସିଡ୍ୟୁଲ ପରେ ବିଦେଶର କେତେକ ସ୍ଥାନରେ ଏହାର ଶୁଟିଂ ହେବାର କାର୍ଯ୍ୟକ୍ରମ ରହିଛି । ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି କୋଲିନ୍ ଡି’କୁଞ୍ଚ । “ଭାଗ୍ ମିଲଖା ଭାଗ୍‌’, “ତଲାସ’ ଏବଂ “ଏନଏଚ-୧୦’ରେ ସହ ନିର୍ଦ୍ଦେଶନ ଭାବରେ କାମ କରିଥିବା କୋଲିନ୍ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ସିଟ୍‌ରେ ବସିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ