ନଟି ବରୁଣ

ବଲିଉଡ୍‌ର ୟଙ୍ଗ ସେନସେଶନ ବରୁଣ ଧାୱନ । ଆଗଧାଡିର ନିର୍ଦ୍ଦେଶକ ଡେଭିଡ ଧାୱନଙ୍କ ପୁଅ ହେଲେ ମଧ୍ୟ ଅଭିନେତା ଭାବରେ ସେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପସନ୍ଦ କରନ୍ତି । ପିଲାଦିନେ ସେ ଭାରି ଦୁଷ୍ଟ ଥିଲେ । ସ୍କୁଲରେ ପଢ଼ିବା ସମୟରେ ସାଙ୍ଗ ପିଲମାନଙ୍କୁ ଚିଡାଇବା ତାଙ୍କର ଏକ ଅଭ୍ୟାସ ଥିଲା । ପିଲାଦିନେ ପାଠପଢ଼ା ପ୍ରତି ଆଗ୍ରହ ରଖିବା ପାଇଁ ତାଙ୍କର ବାପା-ମା’ଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡିଥିଲା । ଇଂଲଣ୍ଡର ନଟିଂହାମ ଟ୍ରେଣ୍ଟ ୟୁନିଭର୍ସିଟିରୁ ସେ ବିଜ୍‌ନେସ୍ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି । ସେଠାରେ ଏକ୍ସଟ୍ରା ପକେଟମନି ପାଇଁ ସେ ଲିଫ୍‌ଲେଟ୍ ଡିଷ୍ଟ୍ରିବ୍ୟୁଟର ଭାବରେ କିଛି ଦିନ କାମ କରିଥିଲେ । ବଲିଉଡ୍‌ରେ ବରୁଣ ଜଣେ ସହନିର୍ଦ୍ଦେଶକ ଭାବରେ ଏଣ୍ଟ୍ରି କରିଥିଲେ । କରନ ଜୋହରଙ୍କ “ମାଇଁ ନେମ୍ ଇଜ୍ ଖାନ୍‌’ରେ ସେ ଏପରି ଦାୟିତ୍ୱକୁ ବେଶ୍ ସୁଚାରୁ ରୂପେ ତୁଲାଇଥିଲେ । ନିଜ ଉପରେ ବିଶ୍ୱାସ ରଖି ସେ “ଷ୍ଟୁଡେଣ୍ଟ ଅଫ ଦ ଇୟର’ ପାଇଁ ଅଡିଶନ ଦେଇଥିଲେ ଏବଂ ସେଥିରେ ସେ ଉତ୍ତୀର୍ଣ୍ଣ ହୋଇ ହିନ୍ଦୀ ସିନେମାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପିଲାଦିନେ ତାଙ୍କର ସବୁଠାରୁ ପସନ୍ଦ ଅଭିନେତା ଥିଲେ ଗୋବିନ୍ଦା । ତାଙ୍କ ଅଭିନୀତ ପ୍ରାୟ ସମସ୍ତ ଫିଲ୍ମ ସେ ଦେଖିଛନ୍ତି । ବର୍ତ୍ତମାନ ବରୁଣଙ୍କ ଅଭିନୀତ “ଷ୍ଟ୍ରିଟ୍ ଡ୍ୟାନ୍ସର’ ଏବଂ “କୁଲି ନଂ ୱାନ’ ରିଲିଜ୍ ଅପେକ୍ଷାରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ