ଜିଓରେ ୫୬୫୫ କୋଟି ନିବେଶ କଲା ସିଲଭର୍ ଲେକ୍
ମୁମ୍ବାଇ : ଜିଓରେ ୫୬୫୫ କୋଟି ଟଙ୍କା ନିବବେଶ କରିଛି ଆମେରିକୀୟ ଇକ୍ବିଟୀ କମ୍ପାନୀ ସିଲଭର ଲେକ୍ । ନିକଟରେ ଫେସ୍ବୁକ୍ ଜିଓରେ ୪୩ ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ଆମେରିକୀୟ ଘରୋଇ ଇକ୍ବିଟି କମ୍ପାନୀ ସିଲଭର ଲେକ୍ ଜିଓର ୧.୧୫ ପ୍ରତିଶତ ଅଂଶଧନ କିଣିଛି । ସେହିପରି ଜିଓର ଇକ୍ବିଟି ଅଂଶଧନର ମୂଲ୍ୟ ୪.୯୦ ଲକ୍ଷ କୋଟି ଏବଂ ଏଣ୍ଟରପ୍ରାଇଜ୍ସ ଭ୍ୟାଲୁ ୫.୧୫ ଲକ୍ଷ କୋଟି ଟଙ୍କା ରହିଛି । ସିଲ୍ଭର ଲେକ୍ ପୂର୍ବରୁ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ସହିତ ଚୁକ୍ତି କରି ସାରିଛି । ଏୟାର ବିଏନ୍ବି, ଆଲିବାବା, ଆଣ୍ଟ, ଆଲ୍ଫାବେଟ୍, ଡେଲ୍ ଏବଂ ଟ୍ବିଟ୍ଟର ପରି ବିଭିନ୍ନ କମ୍ପାନୀ ସହିତ ଜଡିତ ରହିଛି ସିଲଭର ଲେକ୍ । ଜିଓ ନିଜର ୧୦ ପ୍ରତିଶତ ଅଂଶଧନ ଫେସ୍ବୁକ୍କୁ ବିକ୍ରୟ କରିଥିବା ବେଳେ ଅନ୍ୟାନ୍ୟ ଋଣ ପରିଶୋଧ ପାଇଁ ଜିଓ ନିଜୟ ଅଂଶଧନ ବିକ୍ରୟ କରୁଥିବା ଜଣାପଡିଛି । ଏହି ଚୁକ୍ତି ଉଭୟ କମ୍ପାନୀ ନିମନ୍ତେ ଲାଭଦାୟକ ହେବ ବୋଲି ସିଲଭର ଲେକ୍ର ସିଇଓ ଏଗନ୍ ଡର୍ବାନ୍ ମତ ଦେଇଛନ୍ତି ।


