ଚୀନ ତିଆରି କରୁଛି କରୋନା ନିରୋଧକ କାର୍

ବେଜିଂ: ଚୀନର ଅନେକ କମ୍ପାନୀ ଏବେ ଏଭଳି କାର ତିଆରି କରୁଛନ୍ତି ଯାହା କରୋନା ସଂକ୍ରମଣକୁ ରୋକିପାରିବ । ଏହି କାର ଗୁଡ଼ିକରେ ଏଭଳି ଟେକ୍ନୋଲୋଜି ପ୍ରୟୋଗ କରାଯାଇଛି ଯ ଦ୍ୱାରା ଏଗୁଡ଼ିକୁ ବ୍ୟବହାର କଲେ କେହି କରୋନା ଦ୍ୱାରା ସଂକ୍ରମିତ ହେବେ ନାହିଁ । ଗିଲି ନାମକ ଏକ କମ୍ପାନୀ ୫୨ ନିୟୁତ ଡଲାର ବିନିମୟରେ ହେଲଦି କାର ପ୍ରୋଜେକ୍ଟ ଆରମ୍ଭ କରିଛି । କମ୍ପାନୀ କହିଛି କି ଲୋକେ ବହୁତ ସମୟ କାରରେ କଟାଇଥାଆନ୍ତି । ତେଣୁ କାରରେ ବ୍ୟବହାର କଲା ବେଳେ ସେମାନେ ଯେପରି କରୋନା ଦ୍ୱାରା ସଂକ୍ରମିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ଆମର କାମ । ଆମେ ପ୍ରସ୍ତାବିତ କାରରେ ଏଭଳି ଉପକରଣ ସବୁ ଲଗାଇବୁ ଯାହା ଯୋଗୁଁ ତା ଭିତରକୁ କରୋନା ଭାଇରସ ପ୍ରବେଶ କରିପାରିବ ନାହିଁ । ଏଥିରେ ଏକ ସ୍ୱତନ୍ତ୍ର ବାୟୁ ବିଶୋଧକ ପ୍ରଣାଳୀ ଖଞ୍ଜାଯିବ । ଏହାକୁ ଜି-କ୍ଲିନ ଇଣ୍ଟେଲିଜେଣ୍ଟ ଏୟାର ପ୍ୟୁରିଫିକେସନ ସିଷ୍ଟମ ବୋଲି କୁହାଯାଉଛି । ଫେସମାସ୍କ ବ୍ୟବହାର କରିବା ଦ୍ୱାରା ଜଣେ ଯେମିତି କରୋନା ଦ୍ୱାରା ସଂକ୍ରମିତ ହେବାରୁ ରକ୍ଷା ପାଇଥାଏ, କାର ଭିତରେ ଉକ୍ତ ଉପକରଣ ବ୍ୟବହାର ଦ୍ୱାରା ସେଭଳି ସୁରକ୍ଷା ମିଳିପାରିବ । ସେହିପରି କାରରେ ଯେଉଁ ସ୍ଥାନ ଗୁଡ଼ିକ (ବଟନ ଓ ସୁଇଚ) ଚାଳକ ବାରମ୍ବାର ଛୁଇଁଥାଏ ସେଠାରେ ବ୍ୟାକ୍ଟେରିଆ ଏବଂ ଭାଇରସ ନିରୋଧୀ ପଦାର୍ଥ ବ୍ୟବହାର କରାଯିବାକୁ ଯୋଜନା କରାଯାଇଛି । କମ୍ପାନୀ ମଧ୍ୟ ଡ୍ରୋନ ଜରିଆରେ କାର ଚାବିକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରୁଛି ।
ଅନ୍ୟ ଏକ କମ୍ପାନୀ ଏସଏଆଇସି ଗ୍ରାହକମାନଙ୍କୁ ନିଜ କାରରେ ଏକ ସ୍ୱତନ୍ତ୍ର ଉପକରଣ ସଂଯୁକ୍ତ କରିବାର ବିକଳ୍ପ ଦେବ । ଯାହା ଅତି ବାଇଗଣୀ ରଶ୍ମି ବ୍ୟବହାର କରି କାର ଭିତରକୁ ପ୍ରବେଶ କରୁଥିବା ବାୟକୁ ଭୂତାଣୁ ମୁକ୍ତ କରିପାରିବ । ଅନ୍ୟ ଏକ କମ୍ପାନୀ ଜିଏସି ମଧ୍ୟ ନିଜ କାରରେ ବାୟୁକୁ ବିଶୁଦ୍ଧ କରୁଥିବା ଉପକରଣ ସଂଯୁକ୍ତ କରିବାକୁ ଯୋଜନା କରିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ବିଶ୍ୱର ସବୁ ଦେଶରେ ଯାନବାହନ ନିର୍ମାଣକାରୀ କମ୍ପାନୀମାନେ ଏହି ଧାରା ଅନୁସରଣ କରିପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ