ଜିରୋ ନାଇଟ୍ ସେଲିବ୍ରେସନ ପାଳନ ନକରିବାକୁ ପ୍ରଶାସନର ଅନୁରୋଧ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଆଉ ଦିନକ ପରେ ଇଂରାଜୀ ନୂତନ ବର୍ଷ-୨୦୨୧ ହେବ । ଆବାଳ ବୃଦ୍ଧ ବନିତା ଇଂରାଜୀ ନବ ବର୍ଷ ପାଳନ କରିାଂ ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ନୂତନ ବର୍ଷ ପୂର୍ବ ରାତିରେ ଜିରୋ ନାଇଟ ସେଲିବେସନ ପାଳନ ପାଇଁ ମଧ୍ୟ ସମସ୍ତେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ହେଲେ ବର୍ତମାନ ସ୍ଥିତିରେ କରୋନା ସଂକ୍ରମଣର ୨ୟ ଲହରୀ ଆଶଙ୍କା ଦେଖାଦେଇଛି । କରୋନା ସଂକ୍ରମଣ ଆଶଙ୍କା ରହିଥିବାରୁ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକ ଅଂଚଳରେ ସାମୁହିକ ଭାବେ ଜିରୋ ନାଇଟ୍ ସେଲିବ୍ରେସନ ପାଳନ ନକରିବାକୁ ଅନୁରୋଧ କରାଯାଇଛି । ତହୌସିଲଦାର ପ୍ରଭାତ କୁମାର ପରିଡ଼ା ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାଧାନରେ ଏପଫୋର୍ସମେଂଟ ଟିମ ଗଠନ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ଗୁରୁବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଥାନା ଅଂଚଳରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ