ନୂଆ ବର୍ଷରେ କୋଭିଡ୍ ନିୟମ ଉଲଘଂନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ପାରାଦୀପ,(ପୀତବାସ ପ୍ରଧାନ): କରୋନା ସଂକ୍ରମଣ ବା କୋଭିଡ୍‌-୧୯ ମହାମରୀକୁ ବର୍ଷେ ପୁରିବାକୁ ବସିଲାଣି । ଜୀବନ ସୁରକ୍ଷା ନିମିତ୍ତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ବାଧ୍ୟତାମଊଳକ କରାଯାଇଛି । ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ମାତ୍ରାରେ କମିଛି, କିନ୍ତୁ ସାମ୍ଭାବ୍ୟ ଆଶଙ୍କାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି କୋଭିଡ୍ ନିୟମାବଳୀ । ତେବେ ଆଗାମୀ ନବବର୍ଷ ପରିପ୍ରେକ୍ଷୀରେ ପାରାଦୀପ ପୋଲିସ୍ ପକ୍ଷରୁ ବିଭିନ୍ନ ସମୟରେ ମୋଟର ଯାନ ଯାଂଚ ସହିତ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ସାମୁହିକ ଭାବେ ଭୋଜି, ଜିରୋ ନାଇଟ୍ କାର୍ଯ୍ୟକ୍ରମ, ସଭାସମିତି, ନୃତ୍ୟଗୀତ ଭଳି ଗହଳୀକୁ ବାରଣ କରାଯାଇଛି । ଯେଉଁମାନେ ଏହି ନିୟମକୁ ଉଲଘଂନ କରିବେ ସେମାନଙ୍କ ଉପରେ କୋଭିଡ୍ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହି ସମୟରେ ପୋଲିସ୍ ପ୍ୟାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ ବୋଲି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ ଏବଂ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ