ଜିଲ୍ଲାପାଳଙ୍କ ନିର୍ଦେଶ ପରେବି ରାସନକାର୍ଡ ଧାରି ଖାଉଟିସାମଗ୍ରୀ ପାଇବାରୁ ବଂଚିତ

କେନ୍ଦ୍ରାପଡା – ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ ପରେବି ଜନୈକ ଖାଉଟିକାର୍ଡ ଧାରି ରାସନ ସାମଗ୍ରୀ ପାଇବାରୁ ବଂଚିତ ହୋଇଥିବାର ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ସ୍ୱର୍ଗତ ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶଙ୍କୁ ତାଙ୍କ ରାସନକାର୍ଡରେ ଖାଉଟି ସାମଗ୍ରୀ ପ୍ରଦାନ କରାନଯିବାରୁ ସେ ପ୍ରଥମେ ଆଳି ବିଡିଓ ପରେ ଗତ ସେପ୍ଟେମ୍ବରମାସ ୫ତାରିଖରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଶ୍ରୀ ବର୍ମା ଆଳି ବଡିଓଙ୍କୁ ତୁରନ୍ତ ଘଟଣାର ତଦନ୍ତ କରି ରାସନକାର୍ଡ ଧାରିଙ୍କୁ ଖାଉଟି ସାମଗ୍ରୀ ପ୍ରଦାନ କରିବାର ସୁବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ ପାଇ ଘଟଣାର ତଦନ୍ତ ପୂର୍ବକ ବିଡିଓ ବିବେକାନନ୍ଦଙ୍କୁ ଖାଉଟି ସାମଗ୍ରୀ ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଗତ ମାସ ୨୦ତାରିଖରେ ବିଡିଓଙ୍କ ଉପସ୍ଥିତିରେ ବ୍ଲକ କାର୍ଯ୍ୟାଳୟରେ ମାର୍କେଟିଂ ଇନିସପେକ୍ଟରଙ୍କୁ ଏ ସମ୍ପର୍କରେ ପଚାରିବାରେ ସେ କହିଥିଲେ ଯେ ତମେ ଯଦି ନିଲମ୍ବିତ ଡିଲର ଠାରୁ ଖାଉଟି ସାମଗ୍ରି ନନିଅ ତେବେ ତମ ରାସନ କାର୍ଡକୁ ରଦ୍ଦ କରିଦିଆଯିବ ବୋଲି ବିବେକାନନ୍ଦକୁ ମାର୍କେଟିଂ ଇନିସପେକ୍ଟର ଧମକ ଦେଇଥିବା ସେ ଆଜି ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଜିଲ୍ଲାପାଳଙ୍କ ନିର୍ଦେଶକୁ କାର୍ଯ୍ୟକାରି କରାନଯିବା ଘଟଣା ଏବଂ ରାସନକାର୍ଡ ଧାରିଙ୍କୁ ଖାଉଟି ସାମଗ୍ରୀ ପ୍ରଦାନ କରାନଯିବା ପ୍ରଶାସନର ଅପାରଗତାକୁ ଅଙ୍ଗୁଳି ନିର୍ଦେଶ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ