ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଜନସଚେତନତା ଓ ସଫେଇ କାର୍ଯ୍ୟକ୍ରମ

କେନ୍ଦ୍ରାପଡା -କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ପବିତ୍ର ଗାନ୍ଧଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ବାପୁଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ କରାଯିବା ନିମନ୍ତେ ଏକ ଜନସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ଗରାପୁର ଡାକବଙ୍ଗଳା ଛକରୁ ବାହାରି କାଳି ମନ୍ଦିର ଛକ ପର୍ଯ୍ୟନ୍ତ ଯାଇ ଜନସଚେତନତା ସୃଷ୍ଟି କରିଥିଲା । ଏହି ପଦଯାତ୍ରାରେ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ରାସ୍ତାରେ ଲୋକମାନଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସଚେତନ କରିବା ସହିତ ସ୍ୱଛ ଭାରତ ଅଭିଯାନରେ ସେହି ରାସ୍ତାର ଉଭୟ ପାଶ୍ୱର୍କୁ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ପ୍ରିୟଙ୍କା ନାୟକ, ସୁପ୍ରିୟା ବେହେରା, ପ୍ରୟଙ୍କା ପ୍ରିୟଦର୍ଶିନୀ ଜେନା, ଐଶ୍ୱର୍ଯ୍ୟା ଦାଶ, ରଶ୍ମିତା ପାଣି, ଅନମୋଲ ପରୱିନ, ପ୍ରଭାସିନୀ ମହାନ୍ତିି, ପ୍ରଜ୍ଞା ନାୟକ, ବିଜୟଲକ୍ଷ୍ମୀ ପରିଡା, ସୁଭଦ୍ରା ବିଶ୍ୱାଳ ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ