ଜିଲ୍ଲାସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀ ସତ୍ୟ ସୁନ୍ଦର ରାଉତ, ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ତପନ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା ଉପନିବନ୍ଧକ ସେବା ସମବାୟ ସମିତି ସମୂହ ଶ୍ରୀ ଗଜେନ୍ଦ୍ର କୁମାର ପଣ୍ଡା ଓ ଅତିରିକ୍ତ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ ଶ୍ରୀ ଅଜିତ କୁମାର ସାମଲ ଯୋଗଦାନ କରିଥିଲେ I ଚଳିତ ଖରିଫ-୨୦୨୪ ଋତୁରେ ଫସଲର ଡିଜିଟାଲ ସର୍ବେକ୍ଷଣ ଅଗଷ୍ଟ ତା ୧୯ ରିଖରୁ ସେପ୍ଟେମ୍ବର ତା ୩୦ ରିଖ ପର୍ଯ୍ୟନ୍ତ ଚାଲୁ ରହିବ I ଉକ୍ତ ପ୍ରଶିକ୍ଷଣ ଶିବିରରେ ରାଜସ୍ୱ, ପରିସଂଖ୍ୟାନ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ମୃତ୍ତିକା ସଂରକ୍ଷଣ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀମାନେ ପ୍ରମୁଖ ଅଂଶଗ୍ରହଣ କରିଥିଲେ I ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ଶ୍ରୀ ରାଉତ ଓ ଶ୍ରୀ ବିଭୁଦତ୍ତ ପଣ୍ଡା, ସହକାରୀ କୃଷି ଅଧିକାରୀ ଦୃଶ୍ୟ-ଶ୍ରାବ୍ୟ (ଅଡିଓ-ଭିଜୁଆଲ୍) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ଏହି ପ୍ରଶିକ୍ଷଣ ଶିବିରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲକ୍ଷ୍ମଣ ଚନ୍ଦ୍ର ମୁର୍ମୁ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ