ଯୁଗ୍ମ ଅଭିଯୋଗ ଶୁଣାଣି ନିମନ୍ତେ ଜିଲ୍ଲା ପ୍ରଶାସନର ବିଜ୍ଞପ୍ତି ଜାରି

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ଅଗଷ୍ଟ ତା ୫ ରିଖଠାରୁ ବାଲେଶ୍ୱର ସଦର ମହକୁମାସ୍ଥିତ ନୂତନ କଲେକ୍ଟୋରେଟ ଭବନର ତଳ ମହଲାରେ ଥିବା ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଅନୁଷ୍ଠିତ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି I ଏଣିକି ମାସର ପ୍ରଥମ ସୋମବାର ଉକ୍ତ ସ୍ଥାନରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି I ଏହା ପୂର୍ବରୁ ସାଧାରଣ ଏବଂ ଅନ୍ୟାନ୍ୟ ଅନୁଭାଗର ବିଜ୍ଞପ୍ତି ଅନୁଯାୟୀ ଅଗଷ୍ଟ ୫ ତାରିଖ ଦିନ ସଦର ବ୍ଲକ କାର୍ଯ୍ୟାଳୟଠାରେ ଏହି ଶିବିର ଅନୁଷ୍ଠିତ ହେବାର ଥିଲା I ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଏବଂ ଏହାର ସମାଧାନ ବ୍ୟବସ୍ଥାକୁ ସହଜ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଛି।ଏଠାରେ ସୂଚନା ଥାଉ କି ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଆଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲାରେ ସୋମବାର ଦିନର ପ୍ରଥମାର୍ଦ୍ଧରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥାଏ I ଏହି ସାପ୍ତାହିକ ଶିବିରରେ ବିଭିନ୍ନ ସରକାରୀ ସେବା, ଭିତ୍ତିଭୂମି ସମସ୍ୟା, ଜମିଜମା ବିବାଦ ଏବଂ ଜନସାଧାରଣଙ୍କର ଅନ୍ୟାନ୍ୟ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଉପସ୍ଥାପନ ହୋଇଥାଏ I ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ କିମ୍ବା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗର ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ