ଜିଲ୍ଲାସ୍ତରୀୟ ବସନ୍ତ ବିଶ୍ୱାଳ ସ୍ମୃତି କମିଟି ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଗାମୀ ୭ତାରିଖ ଗୁରୁବାର ଓଡିଶାର ବରପୁତ୍ର ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କର ୨୦ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଉପଲକ୍ଷେ ଜିଲ୍ଲା ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ କାକଟସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଉମାକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାପତି ଭାବେ ଫକୀର ଚରଣ ଖଟୁଆ, ସମ୍ପାଦକ ଭାବେ ମୁକ୍ତାର ଖାଁ, ଯୁଗ୍ମ ସମ୍ପାଦକ ଭାବେ ରମେଶ ଦାସ ଓ କୋଷାଧ୍ୟକ୍ଷ ଭାବେ ସୁଶୀଲ କୁମାର ସାମଲ ନିର୍ବାଚିତ ହୋଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧୁଭୂଷଣ ମହାପାତ୍ର, ବେଣୁଧର ସାହୁ, କୃଷ୍ଣପ୍ରସାଦ ଦାସ, ମହେନ୍ଦ୍ର କୁମାର ପରିଡା, ଅଶୋକ କୁମାର ମହାନ୍ତି ଓ ଗୋପାଳ ଚନ୍ଦ୍ର ମାହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।