ଜିଲ୍ଲାସ୍ତରୀୟ ମାରାଂବୁରୁ ପୂଜା

ବାଲେଶ୍ୱର, (ସରୋଜ ପଣ୍ଡା) :-ସହରର ବଡ଼ଖୁଆ ଜୁଆନ ଜୁମିଦ ଯୁବକ ସଂଘ ପକ୍ଷରୁ ଜିଲାସ୍ତରୀୟ ଆଦିବାସୀ ସମ୍ମିଳନୀ ଓ ସାମୂହିକ ମାରାଂବୁରୁ ପୂଜା ବେଶ ହର୍ଷ ଉଲାସରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହର ସମେତ ଜିଲାର ଇଞ୍ଚୁଡ଼ି ପାହି, ଜୟଦେବକସବା, ନିଧିପଣ୍ଡା, ପାତ୍ରପଡ଼ା ପ୍ରଭୃତି ଅଞ୍ଚଳ ସମେତ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରୁ ଆଦିବାସୀମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ବଡ଼ଖୁଆ ପଡ଼ିଆରେ ଆଦିବାସୀ ପୂଜକ ବା ଦେହୁରୀ ମାରାଂବୁରୁ ଦେବତାଙ୍କୁ ବିଧିମତେ ପୂଜାର୍ଚ୍ଚନା କରିବା ପରେ ପାରମ୍ପାରିକ ନୃତ୍ୟଗୀତ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିଲେ । ଶ୍ରୀ ପଞ୍ଚମୀରେ ଅନୁଷ୍ଠିତ ଏହି ଉତ୍ସବରେ ସକାଳେ ସମସ୍ତେ ଘର ଘରେ ମାରାଂବୁରୁ ଦେବତାଙ୍କୁ ପଜୂା କରିବା ପରେ ବଡ଼ଖୁଆ ଗ୍ରାମସ୍ଥିତ ଦେବତାଙ୍କ ଆସ୍ଥାନରେ ସାମୂହିକ ପୂଜା ଆୟୋଜିତ ହୋଇଥିଲା । ଅପରାହ୍ନରେ ମାରାଂବୁରୁ ଦେବତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସାମୂହିକ ନୃତ୍ୟ କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳ ପାଇଁ ଆକର୍ଷଣର କେନ୍ଦ୍ରମିନ୍ଦୁ ଥିଲା । ପରିବାରର କୁଶଳ ମଙ୍ଗଳ ଓ ଆଦିବାସୀ ସମାଜର କଲ୍ୟାଣ ନିମନ୍ତେ ଏହି ଉତ୍ସବ ଆୟୋଜିତ ହୋଇଥାଏ ବୋଲି ଯୁବକ ସଂଘର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ଆଦିବାସୀ ଦେବାତାଙ୍କ ଆଶୀର୍ବାଦରୁ ସେମାନେ ଶାନ୍ତି ଶୃଙ୍ଖଳା ଓ ସୌହାର୍ଦ୍ଧ୍ୟର ସହ ଜୀବନଯାପନର କାମନା କରି ଏହି ଉତ୍ସବ ପାଳନ କରିଥା’ନ୍ତି ବୋଲି ସେମାନେ କହିଥିଲେ । ତେମେ ମାଦଳ ଓ ଘଣ୍ଟାର ତାଳେ ତାଳେ ପାରମ୍ପାରିକ ବେଶଭୂଷାରେ ସଜ୍ଜିତ ବହୁ ଆଦିବାସୀ ପୁରୁଷ ଓ ମହିଳା ହାତକୁ ହାତ ଧରି ନାଚୁଥିବା ଦେଖିବାକୁ ମିଳିଥିଲା । ଲାଲ ମୋହନ ହେମ୍ବ୍ରମ, ସୁରେନ ମୁର୍ମୁ, ଦାସ ହେମ୍ବ୍ରମ, ବୁଦ୍ଧିଆ ହେମ୍ବ୍ରମ, ଦାସ ହେମ୍ବ୍ରମ, ଉଦୟ ହେମ୍ବ୍ରମ, ଶ୍ୟାମ ମୁର୍ମୁ, ମହେନ୍ଦ୍ର ମାଝୀ, ଜିତେନ୍ଦ୍ର ମୁର୍ମୁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ