ଶ୍ରୀପଞ୍ଚମୀରେ ‘ରୂପାୟନ’ ର ଭଜନ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବାଲେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସବୀ ସଂଗଠନ ‘ରୂପାୟନ’ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀପଞ୍ଚମୀ ଅବସରେ ବାଲେଶ୍ୱର ଷ୍ଟେସନ କ୍ଲବ ପରିସରରେ ଆୟୋଜିତ ଏହି ଭଜନ କାର୍ଯ୍ୟକ୍ରମରେ ରୂପାୟନର ମୁଖ୍ୟ ଶ୍ରଦ୍ଧାଞ୍ଜଳି ରାୟ ସଂଯୋଜନା କରିଥିଲେ । ଆଇନଜୀବୀ ବିଜୟ ପାଣିଗ୍ରାହୀ, ଯୁବ ସଂଗଠକ ଗିରିଜା ଶଙ୍କର ଦାସ, ତାପସ ସାହୁ, ଜୟଶ୍ରୀ ବିଶ୍ୱାଳ, ଦମୟନ୍ତୀ ପଣ୍ଡା, ରାଜଲକ୍ଷ୍ମୀ ଯତି, ସୁବ୍ରତ କର, ସୁକାନ୍ତି ଦେବଗୋସ୍ୱାମୀ, ପ୍ରତିମା ପଣ୍ଡା, ସୁଚିସ୍ମିତା ଦେବଗୋସ୍ୱାମୀ, ରୀନା ପାତ୍ର, ଗୌତମୀ ଦାସ ପ୍ରମୁଖ ଯୋଗଦେଇ ରୂପାୟନର ସମାଜ ସଂସ୍କାର ମୂଳକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ମୋନାଲିସା ପଣ୍ଡା, ଦେବିରାଣୀ ଦାସ, ସୁଜିତ ଭୋଇ, ସୁଚିସ୍ମିତା ସମାନ୍ତରାୟ, ବନଜାରାଣୀ କର ପ୍ରମୁଖ ଭଜନ ପରିବେଷଣ କରିଥିଲେ । ତୁନଜା କର, ଅଭୟ ଦାସ, ସବିତା ମହାନ୍ତି, ସଂଯୁକ୍ତାରାଣୀ ବେହେରା, ଶୀତାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


