ଜିଲ୍ଲା ଜଜ୍‌ଙ୍କ କାଶୀନଗର ଗସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଜଜ କାଶୀନଗର ଗସ୍ତ କରିଛନ୍ତି. ଆଗାମୀ ୨୩ ତାରିଖରେ କାଶୀନଗର ଠାରେ କୋର୍ଟ କୋଠା ନିର୍ମାଣ ପାଇଁ ଭିଭି ପ୍ରସ୍ତର କାର୍ଯ୍ୟକ୍ରମ ରହିଛି। ଏନେଇ କୋର୍ଟ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ର ପରିଦର୍ଶନ ନିମନ୍ତେ ଗଜପତି ଜିଲ୍ଲା ଜଜ୍ ପ୍ରଣବ ରାଉତ ରାୟ ଓ ରେଜିଷ୍ଟ୍ରର ସତ୍ୟବ୍ରତ ରଣା କାଶୀନଗର ଠାରେ ପହଞ୍ଚିଥିଲେ। କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ହାଇକୋର୍ଟ ଇନ୍‌ଚାର୍ଜ ଚିଫ୍ ଜଜ ବି.ଆର ଷଡ଼ଙ୍ଗୀ ଏହି ଭିଭି ପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ଏହି କ୍ଷେତ୍ର ପରିଦର୍ଶନ ସମୟରେ କାଶୀନଗର ଜେଏମ୍ଏଫ୍‌ସି ମାଜିଷ୍ଟ୍ରେଟ ଅଙ୍କିତା ଗୁରୁ, ତହସିଲଦାର ଅଶୋକ ପ୍ରଧାନ, ବିଡିଓ ଅନୁପ ପଣ୍ଡା ଓ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ