ଜିଲ୍ଲା ପରିଷଦ ଅଧକ୍ଷ ସଂରକ୍ଷକୁ ନେଇ ଥମୁନି ବିବାଦ
ପାରଳାଖେମୁଣ୍ଡି (ତାରିଣୀ ପଣ୍ଡା) : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ଜିଲ୍ଲା ପରିଷଦ ଅଧକ୍ଷ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଥମିବାର ନାଁ ଧରୁନି ଆଜି ପୁଣି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଉଠାଇଛନ୍ତି ପ୍ରଶ୍ନ । ତାଲିକା ଅନୁସାରେ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ନଥିବା ବେଳେ କିଭଳି ଅଧକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ୭ଟି ବ୍ଲକକୁ ନେଇ ଗଠିତ ଗଜପତି ଜିଲ୍ଲାରେ ୧୪ଟି ଜିଲ୍ଲା ପରିଷଦ ଜୋନ ରହିଛି । ୧୪ଟି ଯାକ ଆସନ ମଧରୁ ଗୋଟିଏ ବି ଆସନ ପଛ୍ରୁଆ ବର୍ଗ ପାଇଁ ସଂରକ୍ଷିତ ନାହିଁ । ତେଣୁ ଏହି ସଂରକ୍ଷଣ ତାଲିକାରେ ପୁନଃବିଚାର କରାଯିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ନିର୍ବାଚନ କମଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏା ହାସହ ପୁନଃବିଚାର କରିବାକୁ ସାମ୍ବାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି ।


