୩ଟି ଜୁଆ ଆଡ୍ଡାରୁ ୧୭ଜଣ ଗିରଫ

ଭଞ୍ଜନଗର, (ସନ୍ତୋଷ ଜେନା):ଆଗକୁ ଅସୁଛି କୁମାର ପୂର୍ଣ୍ଣିମା ତେଣୁ ଏହି ସମୟରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ବହୁ ପରିମାଣରେ ବୃଦ୍ଧି ପାଇଥାଏ।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା।ବାହାଡ଼ା ପଦର ଠାରେ ଜୁଆ ଖେଳ ଚାଲିଥିବା ଖବର ପାଇ ସେହି ଜୁଆ ଆଡ୍ଡାରୁ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୪୧,୯୫୦ଟଙ୍କା ଜବତ କରିଛି।ସେହିପରି ସାନ କୋଦଣ୍ଡା ଠାରେ ଚାଲିଥିବା ଏକ ଜୁଆ ଆଡ୍ଡାରୁ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୧୫,୧୦୦ ଟଙ୍କା ଜବତ କରିଛି। ଲାଲସିଙ୍ଗି ଠରେ ଚାଲିଥିବା ଅନ୍ୟ ଏକ ଜୁଆ ଆଡ୍ଡାରୁ ୮ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୩୪,୫୫୦ଟଙ୍କା ଜବତ କରାଯାଇଛି।ସମସ୍ତ ୧୭ଜଣ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ