ସ୍ବର୍ଗତ ଅଭିମନ୍ୟୁ ବାଢେଇଙ୍କ ସୃତିରେ ପୁତ୍ରଙ୍କ ଭତ୍ତା ବଣ୍ଟନ

ପୋଲସରା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ, ବାଲିଛାଇ ଗ୍ରାମରେ ଗୁରୁବାର ଦିନ ପିତା ସ୍ବର୍ଗତ ଅଭିମନ୍ୟୁ ବାଢେଇଙ୍କ ସୃତିରେ ପୁତ୍ର ଜଗନ୍ନାଥ ବାଢେଇ ବ୍ୟକ୍ତିଗତ ଭାବେ ୪୦ ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଙ୍କୁ ୫୦୦ ଟଙ୍କା ହିସାବରେ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ l ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବହୁ ପୂର୍ବରୁ ନିଜ ଗ୍ରାମ ଡୋଙ୍ଗରୀ ରେ ୪୦ ରୁ ଉର୍ଦ୍ଧ୍ବ ଅସହାୟ ଲୋକଙ୍କୁ ଚିହ୍ନଟ କରି ନିଜସ୍ୱ ଅର୍ଥରେ ମାସିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରି ଆସୁଛନ୍ତି ଜଗନ୍ନାଥ ବଢ଼େଇ। ସରକାରଙ୍କ ଯୋଜନାରୁ ବଞ୍ଚିତ ରହିଯାଉଥିବା ଗରୀବଙ୍କ ସାହାରା ପାଲଟିଛନ୍ତି ଯୁବ ଉଦ୍ୟୋଗୀ ଜଗନ୍ନାଥ । ବୃଦ୍ଧା, ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ମାନଙ୍କୁ ସ୍ନେହ ଶ୍ରଦ୍ଧା ଯଥା ସମ୍ମାନ ଦେଇ ସେମାନଙ୍କ ଆଶା ବାଡ଼ି ସାଜି ସେମାନଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି । ପିତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ତାଙ୍କର ନିତି ଆଦର୍ଶକୁ ଅନୁସରଣ କରି ଏଭଳି ଜନସେବାରେ ମନ ବଳାଇ ଛନ୍ତି ଯୁବ ସମାଜସେବୀ ଜଗନ୍ନାଥ । ଆଗକୁ ମଧ୍ୟ ଅସହାୟ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ସହିତ ମାସିକ ଭର୍ତ୍ତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଯୁବ ସମାଜସେବୀ ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ଭତ୍ତା ପ୍ରଦାନ ସମୟରେ ବାଲିଛାଇର ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ରାମକୃଷ୍ଣ ପଣ୍ଡା, ସୁରେଶ ପାତ୍ର, ବାବୁଲା ସାହୁ, ସେମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ