ଜିଲ୍ଲା ପୋଲିସର ଚାକିରୀ ପାଇଁ ସକ୍ଷମ ନଥିବା କର୍ମଚାରୀଙ୍କ ସମ୍ପର୍କରେ ସମୀକ୍ଷା ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଚାକିରୀ ପାଇଁ ସକ୍ଷମ ନଥିବା ବିଭାଗର କର୍ମଚାରୀଙ୍କ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତିଙ୍କ ସମେତ ଏସଡିପିଓ, ଡିଏସପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ୩୦ବର୍ଷ ଚାକିରୀ କାଳ ଶେଷ କରିଥିବା, ୫୦ବର୍ଷ ବୟସ ହୋଇଥିବା, ମାନସିକ ଓ ଶାରୀରିକ ଭାବରେ ସୁସ୍ଥ ନଥିବା, ବାରମ୍ବାର ଛୁଟିରେ ରହୁଥିବା ପୋଲିସ ବିଭାଗର କନେଷ୍ଟବଳ, ହାବିଲଦାର, ଏ.ଏସ.ଆଇ. ଓ ଏସ.ଆଇ.ଭଳି ପଦବୀରେ ଚାକିରୀ କରୁଥିବା ଜିଲ୍ଲାର ୧୬୭ଜଣଙ୍କ ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିବା ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ପ୍ରୋସିଜିଓରାଲ ରିଭ୍ୟୁ ପରେ ସେମାନଙ୍କ ମଧ୍ୟରୁ ୩/୪ଜଣ ପୋଲିସ ବିଭାଗର କର୍ମଚାରୀଙ୍କୁ ଚାକିରୀରୁ ଅବସର ନେବାକୁ ନିର୍ଦେଶ ପ୍ରଦାନ କରାଯିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।


