ମନରେଗା ଶ୍ରମିକଙ୍କ ଟଙ୍କା ନଦେଲେ ଧାରଣା ରେ ବସିବା ପାଇଁ ଚେତାବନୀ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) :  ଶେରଗଡ଼ ବ୍ଲକ ଅଲାଋଗଡ଼ ପଞ୍ଚାୟତଲକ୍ଷ୍ମୀପୁର ଗ୍ରାମର ମହିଳା ଶ୍ରମିକ ମାନେ ଶୁକ୍ରବାର ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଙ୍କ ଅଫିସ ରେ ସ୍ମାରକପତ୍ର ଦେଇଛନ୍ତି l ଦଶଦିନ ମଧ୍ୟରେ ମଜୁରୀ ପ୍ରାପ୍ୟ ନ ମିଳିଲେ ରେଞ୍ଜ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ଧାରଣା ଦେବେ ବୋଲି ଚରମବାଣୀ ଶୁଣାଇଛନ୍ତି l ଦୀର୍ଘ ୩ ବର୍ଷ ଧରି ସେମାନଙ୍କ ଶ୍ରମଦାନର ପ୍ରାପ୍ୟ ପାଇଁ ସମ୍ପୃକ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ନିବେଦନ କଲେ ମଧ୍ୟ ସେମାନଙ୍କ ଗୁହାରି କେହି ଶୁଣିନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି l  ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳର ପାଟପୁର ସେକ୍ସନ ପି ଜଗନ୍ନାଥପୁର ଅଧୀନରେ ଥିବା ରାତନେଇପାହାଡ଼ ପାର୍ଶ୍ଵ, ପ୍ରତାପଗିରି ଖାରିଆଗୁଡା ଓ ଲକ୍ଷ୍ମୀପୁର ଅଞ୍ଚଳରେ ତିନିବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ଼ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ପ୍ରାୟ ୮୦ ଜଣ ପୁରୁଷ ଓ ମହିଳା ଗାତଖୋଳା ଚାରାରୋପଣ କାର୍ଯ୍ୟରେ ନିୟୋଜିତ ଥିଲେ l  ଅରୁଣ କୁମାର ଦାସ ନାମକ ବନରଖି ସେମାନଙ୍କୁ ଅଟୋ ସକାଳ ୬ କାମ ପାଇଁ ନେଇ ସନ୍ଧ୍ୟା ୬ ଟାରେ ଗ୍ରାମରେ ଛାଡୁଥିଲେ ବୋଲି ମହିଳାଶ୍ରମିକ ମାନେ ପ୍ରକାଶ କରିଛନ୍ତି l ଏଭଳି ଦୀର୍ଘ ୩ ମାସ ଶ୍ରମଦାନ କରିଥିଲା ବେଳେ ସେମାନଙ୍କୁ ମଜୁରୀ ମିଳିନଥିଲା l ଶ୍ରମିକ ମାନେ ବାରମ୍ବାର ଟଙ୍କା ମାଗିବା ପରେ କାମ କରିଥିବା ଶ୍ରମିକଙ୍କ ନାମ ବିଭାଗର ମାଷ୍ଟରରୋଲ ରେ ନଥିବା ଜାଣିଲାପରେ ଶ୍ରମିକଙ୍କ ସନ୍ଦେହ ବଢ଼ିବାରୁ ଶ୍ରମିକ ମାନେ ବ୍ରହ୍ମପୁର ଡ଼ି ଏଫ ଓ. ଏସିଏଫ ଜିଲ୍ଲାପାଳ ପ୍ରମୁଖଙ୍କ ଠାରେ ଲିଖିତ ଅଭିଯୋଗ କରି ଦୃଷ୍ଟିଆକର୍ଷଣ କରିବା ପରେ ଅତିରିକ୍ତ ବନ୍ୟ ସରକ୍ଷକଙ୍କ ପକ୍ଷରୁ ବନବିଭାଗ ଅଧିକାରୀ ମାନେ ଉକ୍ତ ଗ୍ରାମକୁ ଯାଇ ଶ୍ରମିକ ମାନଙ୍କ ବୟାନ ନେବା ସହ ତଦନ୍ତ କରି ମଜୁରୀ ପ୍ରଦାନର ପ୍ରତିଶୃତି ଦେଇଥିଲେ l ତେବେ ୨୦୧୯ ମସିହାରୁ ମଜୁରୀ ଦେବୁ ଦେବୁ କହି ଏବେଯାଏଁ ମୁଲଟଙ୍କା ମିଳିନାହିଁ ବୋଲି ମହିଳା ଶ୍ରମିକ ମାନେ ବୈଠକରେ ପ୍ରକାଶ କରିଛନ୍ତି l ସମସ୍ତେ ଗରିବ ଶ୍ରେଣୀର ଶ୍ରମିକଙ୍କ ଚଳଣି କଷ୍ଟକର ହୋଇଥିବା ବେଳେ ଅର୍ଥାଭାବରୁ ୫୪ ଦିନ କୁଲି ଖଟି ମଜୁରୀ ପାଇନଥିବା ମୋହନ ଡାକୁଆଙ୍କ ଝିଅ ଅଞ୍ଜଳି ଡାକୁଆ(୧୬)  ରୋଗରେ ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି l  ଶୋଭା ଗୌଡ଼,ଶଶୀ ଗୌଡ଼, ସୁମିତ୍ରା ଗୌଡ଼, ଜୟନ୍ତୀ ବେହେରା, ପିଙ୍କି ଗୌଡ଼, ଲତା ସେଠୀ, ଦମୟନ୍ତୀ ନାଇକ, ସରସ୍ବତୀ ବେହେରା, ଗାଣ୍ଡୁ ବେହେରା, ହୀନ ଡାକୁଆ, ବିଷ୍ଣୁ ଗୌଡ଼ ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ଶ୍ରମିକ ବନବିଭାଗରେ ଶ୍ରମିକଭାବେ ଖଟି ମଜୁରୀ ପ୍ରାପ୍ୟ ପାଇନଥିବା ବେଳେ ସଠିକ ତଦନ୍ତ କରି ସେମାନଙ୍କ ପାରିଶ୍ରମିକ ପାଇଁ ଦାବୀ କରିବା ସହ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଆଗାମୀ ୧୦ ଦିନ ମଧ୍ୟରେ ଯଦି ଟଙ୍କା ନମିଳେ ତାହାହେଲେ ଧାରଣା ରେ ବସିବା ପାଇଁ ଚେତାବନୀ ଦେଇଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ