ନାରଦ ଜୟନ୍ତୀରେ ଦେବର୍ଷି ନାରଦଙ୍କର ପୂଜାର୍ଚ୍ଚନା

ପୁରୀ, (ଓ୍ବାଇଏନ୍ଏସ୍) : ସକଳ ଜ୍ଞାନ ବିଜ୍ଞାନର ଅଧିକାରୀ ବିଶ୍ୱର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଏହି ଅବସରରେ ଗଣମାଧ୍ୟମରେ କାର୍ଯ୍ୟରତ ବନ୍ଧୁମାନେ ନିଜ ନିଜ ଘରେ ସାମାଜିକ ଦୂରତ୍ୱକୁ ମାନି ତାଙ୍କର ଜନ୍ମ ଜୟନ୍ତୀ ପାଳନ କରିଛନ୍ତି । ନିଜ ଘରେ ପୂଜାର୍ଚ୍ଚନା କରି ଦେବର୍ଷିଙ୍କର ଆର୍ଶୀବାଦ ଭିକ୍ଷା କରିଛନ୍ତି । ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ମଧ୍ୟ ନାରଦ ଜନ୍ମ ଦିନରେ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି । ନାରଦଙ୍କର ବହୁମୁଖୀ ପ୍ରତିଭା ଓ ବିବିଧ କର୍ମ ମଧ୍ୟରୁ ଆଜିର ସାମ୍ବାଦିକତାକୁ ମଧ୍ୟ ଏକ କାର୍ଯ୍ୟରୂପେ ବିବେଚନା କରାଯାଇପାରେ । ନାରଦଙ୍କ ନାମ ଓ କର୍ମକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ସେ ଅବଲୀଳା କ୍ରମେ ଆକାଶ ମାର୍ଗରେ ଶବ୍ଦ, ରୂପ ଓ ରସର ପ୍ରବାହ ତଥା ସଂଚାର କରିବାରେ ଅତ୍ୟନ୍ତ ଶକ୍ତିଶାଳୀ ମାଧ୍ୟମ । ଏଣୁ ନାରଦ ଶବ୍ଦ ଓ ରୂପ ଉଭୟଙ୍କୁ ନିୟନ୍ତ୍ରଣ କରି ସବୁଲୋକରେ ପହଂଚାଇ ପାରୁଥିଲେ । ନାରଦଙ୍କ ପାଇଁ ପୂରାଣ ଯୁଗରେ ତିନି ଲୋକର ଖବର ସମସ୍ତେ ଜାଣି ପାରୁଥିଲେ । ଦେବତାଙ୍କ ଖବର ଦାନବ ଜାଣି ପାରୁଥିଲେ, ଦାନବଙ୍କ ଖବର ମାନବ ଜାଣି ପାରୁଥିଲେ ଏବଂ ମାନବଙ୍କ ଖବର ଦେବତା ମଧ୍ୟ ଜାଣି ପାରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ