ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସମାରୋହ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସମାରୋହ ଶନିବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଏହି କାର୍ଯ୍ୟକ୍ରମକୁ ସହଯୋଗ ପ୍ରଦାନ କରିଥିଲା । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁଫଳ ବରିଷ୍ଠ ନାଗରିକମାନଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିଥି ଓ ବକ୍ତାଭାବେ ଯୋଗଦେଇ ଉପଖଣ୍ଡ ଅଧିକାରୀ କିଶୋର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ୍ ଜଗଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଓ ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବେହେରା ଯୋଗଦେଇ ସମାଜରେ ବରିଷ୍ଠ ନାଗରିକମାନଙ୍କ ଅବଦାନକୁ ସବୁସ୍ତରରେ ସ୍ୱୀକୃତି ଦେବା ଉଚିତ ବୋଲି ମତ ଦେଇଥିଲେ । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ ସ୍ୱାଗତ ଭାଷଣ ଦେଇ ବାଲେଶ୍ୱର ଜିଲ୍ଲାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ କିପରି ଭାବରେ କାର୍ଯ୍ୟକାରୀ କରାଯାଉଛି ତାହାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ମଞ୍ଚର ଜିଲ୍ଲା ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ସେବାପାଇଁ ବରିଷ୍ଠ ନାଗରିକ ବୈଦ୍ୟନାଥ ଷଡ଼ଙ୍ଗୀ, ପୁରୁଷୋତ୍ତମ ସାହୁ, ବସନ୍ତଲତା ପଟ୍ଟନାୟକ, ଡ. ପଦ୍ମଲୋଚନ ପାତ୍ର ଓ ବରିଷ୍ଠ ସ୍ୱାବଲମ୍ବୀ ମହିଳା ହରପ୍ରିୟା ଦେ’ଙ୍କୁ ଜିଲ୍ଲାପାଳ ଓ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଦ୍ୱିତୀୟ ଅଧିବେଶନରେ ସଂଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ ଓ ସତ୍ୟରଂଜନ ମହାନ୍ତିଙ୍କ ସହ ସେମାନଙ୍କ ସାଥୀମାନେ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଏହି ଉପଲକ୍ଷେ ଗାନ୍ଧିସ୍ମୃତି ଭବନ ପରିସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ଓ ସହଦେବଖୁଣ୍ଟାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ‘ପ୍ରୟାସ’ ସ୍ୱେଚ୍ଛାସବେୀ ସଂଗଠନ ପକ୍ଷରୁ ଫିଜିଓଥେରାପି କେନ୍ଦ୍ରକୁ ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ କର୍ମଚାରୀ ପ୍ରୀତମ୍ ସାହୁ, ସୁଚିସ୍ମିତା ପାଲ୍‌, ରାଜିବ ରଂଜନ ନାୟକ, ସମାଜସେବୀ ଜୀବନ ରଂଜନ ମଲ୍ଲିକ୍ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଲକ୍ଷ୍ମୀପ୍ରିୟା ଜେନା, ପ୍ରଭାସିନୀ କର, କଲ୍ୟାଣୀ ନନ୍ଦ, ଶାନ୍ତିଲତା ପଣ୍ଡା, ଭାରତୀ ପଣ୍ଡା, ସୀତାରାମ ପ୍ରଧାନ, ନିରଞ୍ଜନ ରାଉତ, କୁମୁଦ ରଞ୍ଜନ ଗିରି, ପ୍ରଶାନ୍ତ ବରାଳ, ବିଧାନ ଚନ୍ଦ୍ର ରାୟ, ମଧୁସୂଦନ ଜେନା, ଦାମୋଦର ନାୟକ, କୃଷ୍ଣଚନ୍ଦ୍ର ନାୟକ, ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଓକିଲ ସଂଘର ସଭାପତି ମନୋଜ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ପୁଷ୍ପଲତା ଦୀକ୍ଷିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ