ଜିଲ୍ଲା ବିଜେଡି କର୍ମକର୍ତ୍ତା ତାଲିକାରେ ପୋଲସରାରୁ ୩ ଜଣ

ପୋଲସରା (ଅନିଲ ମହାରଣା): ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଅଗଷ୍ଟ ୬ ତାରିଖ ଦିନ ବିଜେଡି ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଗଞ୍ଜାମ ଜିଲ୍ଲା ପାଇଁ କର୍ମକର୍ତ୍ତା ତାଲିକା ପ୍ରକାଶ କରିଛନ୍ତି। ତାଲିକା ପ୍ରକାରେ ପୋଲସରା ଅଞ୍ଚଳରୁ ମୋଚିରାମ ସାହୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ବେଳେ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସଂଯୁକ୍ତା ବାଡ଼ତ୍ୟା ଜିଲ୍ଲା କାର୍ଯ୍ୟ କାରଣୀ ସଦସ୍ୟ ଓ ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ସାହୁ, ଶ୍ରୀ ପ୍ରଧାନ ଓ ଶ୍ରୀମତୀ ବାଡ଼ତ୍ୟା ଜିଲ୍ଲା ବିଜେଡି କମିଟିକୁ ମନୋନୀତ ହୋଇଥିବା ଯୋଗୁଁ ପୋଲସରା ବିଜେଡି ସଦସ୍ୟ ଓ ସମର୍ଥକ ବୃନ୍ଦ ଆନନ୍ଦ ପ୍ରକାଶ କରିଛନ୍ତି। ସେହିପରି ମୋଚିରାମ ସାହୁ, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସଂଯୁକ୍ତା ବାଡତ୍ୟା ତିନିହେଁ ସେମାନଙ୍କ ଉପରେ ଭରଷା ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ବାବୁ ମନୋନୀତ କରିଥିବା ଯୋଗୁଁ କୃତଜ୍ଞତା ଜଣାଇବା ସହ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଦଳ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି ତାହା ଆମେ ସୁଚାରୁ ଭାବେ ପରିଚାଳନା କରିବୁ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ