ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେସ ୱାର୍ଡରେ କରୋନା ପଜିଟିଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ ୱାର୍ଡରୁ ଆଜି ଏକ କରୋନା ପଜିଟିଭ ରୋଗୀ ବାହାରିବାରୁ ତାକୁ ଛତାସ୍ଥିତ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଦିଆଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି । ସେହି ୱାର୍ଡକୁ ସଙ୍ଗେ ସଙ୍ଗେ ମେଡିକାଲ ପକ୍ଷରୁ ସାନିଟାଇଜ କରାଯାଇଛି । ଏଠାରେ ସୂଚନା ୍ୋଗ୍ୟ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କେବିନ ଗୁଡିକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇ ସେଠାରେ ଜ୍ୱର ଓ କାଶ ହେଉଥିବା ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ମିଶ୍ର ସୂଚନା ଦେଇଛନ୍ତି ।