ଜିଲ୍ଲା ଯୁବ ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପସାଦ ପଣ୍ଡା) :-କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଆନୁକୁଲ୍ୟରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଅନୁଷ୍ଠାନ ପରିସରରେ ଜିଲ୍ଲା ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ୍ତିଥି ଭାବେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷା ଅରୁଣା କୁମାରୀ ସାମଲ, ଭାଗବତ ପାଢୀ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକର ଯୁବଗୋଷ୍ଠିମାନେ ଉପସ୍ଥିତ ଥିଲେ । ପ୍ରତ୍ୟକ ବ୍ଲକର ୪ଗୋଟି ଲେଖାଏଁ ଯୁବଗୋଷ୍ଠି ମାନଙ୍କୁ କ୍ରିଡା ସାମଗ୍ରୀ ବଣ୍ଟନ କରାଯିବା ସହ ଗୋଷ୍ଠୀର ଉନ୍ନତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଉପସ୍ଥିତ ଥିବା ସମସ୍ତ ଗୋଷ୍ଠୀର ସଭାପତି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଏ. ମହେଶ୍ୱର ରାଓ, ଭି.ଭବାନୀ ପ୍ରସ।।ଦ ଓ ପ୍ରଶିକ୍ଷିକା ମୋହିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।


