ଜି. ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉଦଘାଟିତ ହେଲା କରୋନା ଟୀକା ଦାନ ପ୍ରକ୍ରିୟା,

ଜି. ଉଦୟଗିରି,(ଓ୍ବାଇଏନ୍ଏସ୍): ବହୁ ଦିନର ପ୍ରତୀକ୍ଷା ପରେ ଶେଷରେ ଆଗଧାଡି ରେ ଲଢୁଥିବା କରୋନା ଯୋଦ୍ଧା କୁଂ ମିଳିଛି କରୋନା ଟୀକା । ୧୦୦ କରୋନା ଯୋଦ୍ଧା ନେଇଛନ୍ତି କରୋନା ଟୀକା । ଜିଲ୍ଲା ର ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ଯ ରୁ ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଟୀକା କେନ୍ଦ୍ର ଭାବେ ଚୟନ କରି ପୂର୍ବ ପ୍ରସ୍ତୁତିକରାଯାଇଥିଲା। ଟୀକା ଦାନ କକ୍ଷ ସହିତ, ପ୍ରତିକ୍ଷା କକ୍ଷ, ଅବଜର କକ୍ଷ କରାଯିବା ସହିତ ପ୍ରଥମ ଦିନ ରେ କେଉଁ ମାନେ ଟୀକା ନେବେ ତାହାର ତାଲିକା ପ୍ରସ୍ତୁତ କରି ଅବଗତ କରାଯାଇଥିଲା। ଆଜି ଏହି ଟୀକା କରଣ ପ୍ରକ୍ରିୟା କୁ ପି. ଏ ( ଆଇଟିଡିଏ) ଫୁଲବାଣୀଵିରେନ୍ଦ୍ର କୁମାର ଦାସ ନୋଡାଲ ଅଫିସର ଭାବେ ଦାଇତ୍ୱ ରେ ଥିବା ବେଳେ ଏହି କାଯ୍ଯକ୍ରମ କୁ ଉଦଘାଟନ କରିଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ୍ରାଇଭରଅଜୁ କୁମାର ନାୟକ ପ୍ରଥମେ ଏହି ଟୀକା ନେଇଥିଲେ। ଏହା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା.ଶକ୍ତି କାନ୍ତ ମଲ୍ଲିକ କଂ ସହିତ ୧୦୦ କରୋନା ଯୋଦ୍ଧା ଟୀକା ନେଇଥିଲେ। କୌଣସି ପାଶ୍ୱପ୍ରତିକ୍ରିୟା ହୋଇନାହିଁ ବୋଲି ଶ୍ରୀ ଡା. ମଲ୍ଲିକ କହିଛନ୍ତି। କାଯ୍ଯକ୍ରମ କୁ ତଦାରଖ କରିବାକୁ ଏକ ରାଜ୍ଯ ସ୍ତରୀୟ ଟିମ ଜି. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ଯାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ