ଏଭଳି ବ୍ୟାପକ ସ୍ତରରେ ଟୀକାକରଣ ଅଭିଯାନ ମାନବ ଇତିହାସରେ ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସର୍ବଭାରତୀୟ ସ୍ତରରେ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶର କୋଣ ଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ଏହି ଟୀକାକରଣ ଅଭିଯାନର ବ୍ୟାପକତା ସମ୍ପର୍କରେ ଉଦାହରଣ ଦେଇ କହିଥିଲେ ଯେ, କେବଳ ପ୍ରଥମ ରାଉଣ୍ଡରେ ତିନି କୋଟି ଲୋକଙ୍କୁ ଟୀକା ଦିଆଯିବାର ଅର୍ଥ, ବିଶ୍ୱର ଅତିକମରେ 100ଟି ଦେଶର ଜନସଂଖ୍ୟା ସହ ସମାନ ଲୋକଙ୍କର ଟୀକାକରଣ କରାଯିବା। ସେ କହିଥିଲେ ଯେ ଏହାକୁ ଦ୍ୱିତୀୟ ରାଉଣ୍ଡରେ 30 କୋଟି ଲୋକଙ୍କ ପର୍ଯ୍ୟନ୍ତ ନିଆଯିବାର ଆବଶ୍ୟକତା ରହିଛି। ଏହି ପର୍ଯ୍ୟାୟରେ ବୟସ୍କ ଓ ପୂର୍ବରୁ କୌଣସି ଗମ୍ଭୀର ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଟୀକା ଦିଆଯିବ। ସେ କହିଥିଲେ ଯେ କେବଳ ତିନୋଟି ରାଷ୍ଟ୍ର-ଭାରତ, ଆମେରିକା ଓ ଚୀନରେ 30 କୋଟିରୁ ଅଧିକ ଜନସଂଖ୍ୟା ଅଛନ୍ତି। ଏପରି ବ୍ୟାପକ ସ୍ତରର ଟୀକାକରଣ ଅଭିଯାନ ମାନବ ଜାତିର ଇତିହାସରେ କେବେ ବି ଦେଖିବାକୁ ମିଳିନାହିଁ ଏବଂ ଏହା ଭାରତର ସାମର୍ଥ୍ୟକୁ ଦର୍ଶାଇଥାଏ ବୋଲି ଶ୍ରୀ ମୋଦୀ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ