ଜୀବନ ଜୀବିକାର ସୁରକ୍ଷା ଓ ବିଶ୍ୱଶାନ୍ତି ପାଇଁ ସମ୍ମିଳିତ ସଂଗ୍ରାମ ଲୋଡ଼ା
ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘବର୍ଷ ଧରି ସମାଜସେବା, ଜନଆନ୍ଦୋଳନ ଏବଂ ସମାଜରେ ଶାନ୍ତି ସଂହତି ପ୍ରତିଷ୍ଠା କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଥିବା ଦେଶର ସାତଜଣ ପ୍ରତିଷ୍ଠିତ ସମାଜସବେୀ, ଜନଆନ୍ଦୋଳନର କର୍ମୀ ଓ ସାମ୍ବାଦିକଙ୍କୁ ସଂପ୍ରତି ମଦୁରାଇଠାରେ ଐତିହାସିକ ଦାଣ୍ଡିଯାତ୍ରା ମାର୍ଚ୍ଚ-୧୨ ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ ଆନ୍ଦୋଳନର ୯୫ବର୍ଷ ପାଳନ ଅବସରରେ ଉପରୋକ୍ତ ଦିଗରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସାଂଗକୁ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ‘ମାଜାକୋନେ…’ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଛି ।ଆନ୍ତର୍ଜାତିକ ସେବା ଓ ଶାନ୍ତିପ୍ରତିଷ୍ଠାନ – ‘ସେଣ୍ଟର ଫର୍ ଏକ୍ସପେରିଏନ୍ସିଂ ସୋସିଓ କଲଚୁରାଲ ଇଣ୍ଟରେକ୍ସନ୍ (ସି.ଇ.ଏସ୍.ଇ)’ ଭାରତ-ସୁଇଜରଲାଣ୍ଡ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅମରନାଥ ପାଠକ (ଝାଡ଼ଖଣ୍ଡ), ଦୁଲାଲବାବୁ ଠାକୁର (ବିହାର), ମହିଳା ସାମାଜିକ କର୍ମୀ ଏଲାମାଠି (ତାମିଲନାଡ଼ୁ), କୁମୁଦ ସିଂ (ଭୋପାଳ, ମଧ୍ୟପ୍ରଦେଶ), ଅରୁଣ ଜେନା (ବାଲେଶ୍ୱର, ଓଡ଼ିଶା), ଆବୁଲ କାଲାମ ଆଜାଦ୍ (ଝାଡ଼ଖଣ୍ଡ), ମଜହେର ହୁସେନ୍ (ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶ) ପ୍ରମୁଖଙ୍କୁ ୨୦୨୪ ପାଇଁ ସମାଜସେବା, ସାମ୍ବାଦିକତା, ଶାନ୍ତିସଂହତି, ଜନ ଆନ୍ଦୋଳନ, ମହିଳା ସଶକ୍ତିକରଣ ଏବଂ ରଚନାତ୍ମକ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ଅତୁଳନୀୟ ଯୋଗଦାନ ପାଇଁ ଏକ ପ୍ରଶସ୍ତିପତ୍ର, ସାଲ୍ ଏବଂ ୧୧ ହଜାର ଟଙ୍କାର ଚ୍ୟାକ୍ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ବିଶେଷ ଉତ୍ସବ ଗତ ୧୨ ତାରିଖ ଅପରାହ୍ନ ୪ ଘଟିକା ସମୟରେ ତାମିଲନାଡ଼ୁର ମଦୁରାଇସ୍ଥିତ କଡ଼ାଭୁର୍ (କବୟବଙ୍ଖଙ୍କକ୍ସ)ଗାନ୍ଧୀଆଶ୍ରମ ପରିସରରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ଏହି ଉତ୍ସବରେ ବିଶେଷ ଅତିଥିଭାବେ ସି.ଇ.ଏସ୍.ସି.ଆଇ. ଇଣ୍ଡିଆର ସଭାପତି – ଏସ୍.ସି. ବେହୋର (ଜଗ୍ଧୟ. ଓଇଝ), ସୁଇଜରଲାଣ୍ଡ୍ ସଭାପତି ମାର୍ଗିଟ୍ ହୁଗେନ୍ଟୋବ୍ଲେର୍, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମାନବାଧିକାର କର୍ମୀ ରୋହିଣୀ ଚତୁର୍ବେଦୀ ଏବଂ ବିଶିଷ୍ଟ ଗାନ୍ଧିବାଦୀ, ସର୍ବୋଦୟୀ ଜାତୀୟସ୍ତରରେ ଭୂମି ଅଧିକାର ଆନ୍ଦୋଳନର ଅଗ୍ରଣୀ ପ୍ରବକ୍ତା – ଶାନ୍ତି ଓ ସତ୍ୟାଗ୍ରହ ବିଚାରରେ କ୍ରାନ୍ତିଦ୍ରଷ୍ଟା ନେତୃତ୍ୱ ଡ. ପି.ଭ.ି ରାଜଗୋପାଳ ଏବଂ କାନାଡ଼ାର ଲେଖିକା ଡ. ଝିଲି. ଜି. ଚେସି ପ୍ରମୁଖ ଉପରୋକ୍ତ ବ୍ୟକ୍ତିତ୍ୱ ଓ ସମାଜସେବୀଙ୍କୁ ଉପଢୌକନ ଓ ପ୍ରଶସ୍ତିପତ୍ର ଦେଇ ସମ୍ମାନିତ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବ ଅବ୍ୟବହିତ ପୂର୍ବରୁ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନେ ୭ଜଣ ତାଙ୍କର ଦୀର୍ଘବର୍ଷର ଜନବାଦୀ କାର୍ଯ୍ୟ ସେବା ଓ ସଂଗ୍ରାମର ବିଶେଷ ଅନୁଭୂତିସଂପର୍କରେ ମର୍ମସ୍ପର୍ଶୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥିମାନେ ଯୋଗଦେଇ କହିଥିଲେ କି ସଂପ୍ରତି ଆମ ଦେଶ ତଥା ବିଶ୍ୱରେ ଦେଖାଦେଇଥିବା ଅଶାନ୍ତି, ଯୁଦ୍ଧ, ରକ୍ତପାତ ଓ ବିଭିନ୍ନ ପ୍ରକାର ଅବକ୍ଷୟର ଅବସାନ ପାଇଁ ଆମକୁ ଏବେ ବିଶ୍ୱଶାନ୍ତି, ବିଶ୍ୱଭାତୃତ୍ୱ, ସଂହତି, ବିକାଶ ନାଁରେ ବିନାଶକାରୀ, ବିଶ୍ୱତାପାୟନକୁ ରୋକିବା, ଚାଷୀ, ଆଦିବାସୀ-ଜନଗଣ ତଥା ଜୀବଜଗତଙ୍କ ବଞ୍ôଚବାର ପ୍ରକୃତିଦତ୍ତ ଆଧାର, ଜମି, ଜଳ, ଜଙ୍ଗଲ, ନଦୀ, ହ୍ରଦ, ପ୍ରକୃତି-ପରିବେଶ ତଥା ଜୈବ ବିବିଧତାର ସୁରକ୍ଷା ଦିଗରେ ନିରନ୍ତର – ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବାଲାଗି ଆହ୍ୱାନ ଦେଇଥିଲେ ।ପ୍ରକାଶଥାଉକି ଐତିହାସିକ ବିଜୟୀ ବାଲିଆପାଳ ଜନଆନ୍ଦୋଳନର ନେତା ତଥା ସଂଗ୍ରାମୀ ସମାଜସେବୀ, ‘ଭିଟାମାଟି ବଞ୍ଚାଅ’ ଆନ୍ଦୋଳନର ଆବାହକ ଅରୁଣ ଜେନାଙ୍କୁ ଏହି ମର୍ଯ୍ୟାଦାଜନକ ‘ମାଜାକୋନେ ଆୱାର୍ଡ଼’ ମିଳିଥିବାରୁ ବର୍ଷିଆନ୍ ସମାଜସେବୀ ତଥା ବିଶିଷ୍ଟ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ବାର ଏସୋସିଏସନ୍ ସଭାପତି ମନୋଜ ନାୟକ, ସି.ପି.ଆଇ ନେତା ଜୟନ୍ତ ଦାସ, ସି.ପି.ଆଇ.(ଏମ୍) ନେତା ଶିଶିର ହୁଇ, କଂଗ୍ରେସ ନେତା ବିଜନ ନାୟକ, ଆମ୍ବେଦକର ବିକାଶ ପରିଷଦ ସଭାପତି ସୁଦର୍ଶନ ଜେନା, କବି ଶ୍ରୀଦେବ, ପ୍ରାବନ୍ଧିକ ଅଭୟ ଦାସ, କବି କାଳିପଦ ପଣ୍ଡା, ଗାନ୍ଧୀ-ବିନୋବା ବିଚାରମଞ୍ଚର ସଭାପତି ବିଧାନଚନ୍ଦ୍ର ରାୟ, ରେମୁଣା ଯୁବ ସାଂସ୍କୃତିକ ପରିଷଦ ସାଭପତି ସରୋଜ ବେହେରା ଓ ସୂଚନା ଅଧିକାର ଅଭିଯାନର ନେତା ଅନୁଜ ମହାପାତ୍ର, ଯୁବନେତା ହୃଷିକେଶ ପଣ୍ଡା, ତୀର୍ଥ ନାଗ, ଚନ୍ଦନ ବିଶ୍ୱାଳ ଓ ନିତ୍ୟାନନ୍ଦ ଦାସ ପ୍ରମୁଖ ଶ୍ରୀ ଜେନାଙ୍କୁ ଧନ୍ୟବାଦ ଜ୍ଞାପନ ତଥା ଅଭିନନ୍ଦନ ଜଣାଇଛନ୍ତି ।


