ଜୀବନ ହାରିଥିବା କୃଷକଙ୍କ ସମ୍ମାନାର୍ଥେ ଆମ ଅଧିକାରର ଶ୍ରଦ୍ଧାଞ୍ଜଳି ସନ୍ଧ୍ୟା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନୂଆ କୃଷିନୀତି ବାତିଲ୍ କରିବା ଦାବୀରେ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନରେ ଭାଗ ନେଇ ମୃତ୍ୟୁବରଣ କରିଥିବା ସଂଗ୍ରାମୀ କୃଷକ ସାଥୀମାନଙ୍କ ସମ୍ମାନାର୍ଥେ ଆଜି ସାରା ଦେଶରେ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ କାର୍ଯ୍ୟକ୍ରମର ଡ଼ାକରା ଦିଆଯାଇଥିଲା । କୃଷକମାନଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବା ସହ ଜୀବନ ଉତ୍ସର୍ଗ କରିଥିବା ଯୋଦ୍ଧାମାନଙ୍କ ସ୍ମୃତିରେ ଆଜି ‘ଆମ ଅଧିକାର’ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା, କ୍ରିଷ୍ଣା ଶତପଥୀ, ବିଶ୍ୱଭୂଷଣ ମହାପାତ୍ର, ମାନସ ସାହୁ, ସଞ୍ଜୟ ପରିଡ଼ା, ମୀର ଅଲ୍ଲୀ, ଭାଗିରଧୀ ସେଠୀ, ସୁବନ୍ତି ଖଡ଼ିଆ, ନଳିନୀ ନାୟକ, ଲିପୁ ରାଉତ, ଶୁଭେନ୍ଦୁ ଜେନା, ପ୍ରମୋଦ ଦେବ, ଛାତ୍ରନେତା ପ୍ରତ୍ୟୁଷ ଭଞ୍ଜ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କୁମାର ପ୍ରମୁଖ ଅଂଶଗ୍ରହଣ କରି ଶହୀଦ କୃଷକ ଅମର ରହେ ସ୍ଲୋଗାନ ଦେଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ