ଜୁଆ ଆଡାରେ ଚଢ଼ାଉ ୧୦ ଗିରଫ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଧରମପୁର ଗ୍ରାମ ବାଙ୍ଗରଡ଼ା ତୋଟା ନିକଟରେ ଚାଲିଥିବା ଜୁଆ ଆଡ୍ଡା ରେ ମଙ୍ଗଳବାର ରାତ୍ରିରେ ପୋଲିସ ଚଢ଼ାଉ କରି ୧୦ ଜଣଙ୍କୁ ଗିରିଫ କରିଥିବା ବେଳେ ସେମାନଙ୍କ ନିକଟରୁ ଦୁଇ ମୁଠା ତାସ ସହ ୪୨,୦୦୦ ଟଙ୍କା ଓ ୫ ଟି ମୋଟର ସାଇକେଲ  ଜବତ କରାଯାଇଛି l ଉକ୍ତ ତୋଟାରେ ବଡ଼ ଧରଣ ଜୁଆ ଖେଳ ଚାଲିଥିବା ପୋଲିସ ଖବର ପାଇ ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡାରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ  ଗିରଫ କରିଥିଲେ l ଏନେଇ ଥାନା କେଶ ନଂ ୬/୨୧ ରେ ମାମଲା ରୁଜୁ କରାଯାଇଥିବା ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ