ଜୁଏଲାରୀ ଦୋକାନ ମାଲିକଙ୍କୁ ହାଣି ଲୁଟ ଘଟଣା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟ ଭାଗରେ ଥିବା ପାଟଖଣ୍ଡା ଜୁଏଲାରୀ ଦୋକାନ ରେ ପଶି ଖଣ୍ଡା ରେ ମାଲିକକୁ ହାଣି ଡକାୟତି ଦଳ ସୁନା ଅଳଙ୍କାର ବ୍ୟାଗ ଲୁଟ ଘଟଣାକୁ ମଙ୍ଗଳବାରକୁ ଆଠ ଦିନ ବିତିଯାଇ ଥିଲେ ହେଁ ଅଦ୍ୟାବଧି ସୁଦ୍ଧା କୌଣସି ପ୍ରକାରେ ସୁରାକ ମିଳିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରାଯାଇନାହିଁ l ଏହି ଡକାୟତି ଗ୍ୟାଙ୍ଗ କୁ ଡକାୟତି କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏକ ବଡ଼ ଡକାୟତି ଗ୍ୟାଙ୍ଗ ସହ ବାଲିଗୁଡ଼ାରୁ ୩ ରୁ ୪ଜଣ ସହଯୋଗ କରିଥିବା ବିଷୟ ଏକ ବେସରକାରୀ ତଥ୍ୟ ରୁ ଶୁଣିବାକୁ ମିଳୁଛି । ଏଭଳି ଘଟଣା ବାଲିଗୁଡ଼ା ଠାରେ କେବେ ମଧ୍ୟ ଘଟି ନଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଡକାୟତି ଗ୍ୟାଙ୍ଗ କୁ ଧରିବା ପାଇଁ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ନେତୃତ୍ୱ ରେ ପ୍ରଥମେ ୫ଟି ଟିମ ପରେ ଆଉ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ବାଲିଗୁଡ଼ା ଏଡିପିଓ ୟସ ପ୍ରିତମ ଶ୍ରୀମଲ କହିଥିଲେ। କିନ୍ତୁ ଘଟଣା କୁ ମଙ୍ଗଳବାର ଦିନ ଆଠ ଦିନ ବିତିଥିବା ବେଳେ ପୁଲିସ ଏ ନେଇ କୌଣସି ସୂଚନା ଦେଉ ନଥିବାରୁ ଲୋକେ ପୁଲିସ ର ତଦନ୍ତ କୁ ନେଇ ସନ୍ଦେହ ସୃଷ୍ଟି କରୁଛନ୍ତି। ଗତ ମଙ୍ଗଳବାର ଦିନ ସାଢ଼େ ୧୦ଟା ସମୟ ରେ ଏକ ବାଇକ ରେ ୩ଜଣ ଦୁର୍ବୃତ୍ତ ଆସି ନେହୁରୁ ଛକ ନିକଟରେ ଥିବା ପାଟ୍ଟଖଣ୍ଡା ଜୁଏଲାରୀ ଦୋକାନ ମଧ୍ୟରେ ପଶି ମାଲିକ ସୁବାଷ ଚନ୍ଦ୍ର ଆଚରି ଙ୍କୁ ଆକ୍ରମଣ କରି ସୁନା ରୂପା ଅଳଙ୍କାର ବ୍ୟାଗ କୁ ଛଡ଼ାଇ ନେଇଥିଲେ। ଏହା ପରେ ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଡାଡ଼ାକେତା ଦେଇ ଦୃତ ଗତିରେ ଯାଇଥିଲେ। ସେମାନଙ୍କୁ ଦାରିଙ୍ଗବାଡି ପୁଲିସ ପିଛା କରିବାରୁ ସେମାନେ ଜଙ୍ଗଲ ଭିତରକୁ ପଳାଇଥିଲେ। ପୁଲିସ ଡକାୟତି ଗ୍ୟାଙ୍ଗ କୁ ଧରିବା ପାଇଁ ଜଙ୍ଗଲର ଚାରି ପାଖରୁ ସଶସ୍ତ୍ର ପୁଲିସ ଜଗି ରହିଥିଲେ l କିନ୍ତୁ ପୁଲିସ କୁ ଚକମା ଦେଖାଇ ସେମାନେ ଜିଲ୍ଲା ପାର ହୋଇଯାଇଥିଲେ। ବର୍ତ୍ତମାନ ମଧ୍ୟ ଏହି ଘଟଣା କୁ ନେଇ ସମଗ୍ର ଜିଲ୍ଲା ପୋଲିସ ସଜାଗ ରହି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟି ରଖି ତଦନ୍ତ ଚାଲୁ ରଖିଛି l ଏହି ଘଟଣାରେ କେଉଁ କେଉଁ ମୁଖ୍ୟ ବ୍ୟକ୍ତି ଓ ଡକାୟତି ଦଳ ରହିଛନ୍ତି, ତାହା ଖୁବ ଶିଘ୍ର ଲୋକ ଲୋଚନ କୁ ଅଣାଯିବ ବୋଲି ପୋଲିସ ମହଲରୁ ଶୁଣିବାକୁ ମିଳୁଛି l ତେବେ ଦେଖିବାକୁ ବାକି ରହିଲା ଏହି ଡକାୟତି ଗ୍ୟାଙ୍ଗ କୁ କାବୁ କରିବାରେ ବାଲିଗୁଡା ପୁଲିସ କୁ କେବେ ସଫଳତା ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ