ଜୁଲାଇ ୨୪ରୁ୩୦ରାଷ୍ଟ୍ରବ୍ୟାପୀ ‘ସରକାର ଜଗାଓ ସପ୍ତାହ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଭାରତୀୟ ମଜଦୁର ସଂଘ ଦ୍ୱାରା ଆସନ୍ତା ଜୁଲାଇ ୨୪ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ରାଜ୍ୟର ରାଜଧାନୀ ତଥା ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ବ୍ଲକ ମୁଖ୍ୟାଳୟଠାରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଦ୍ୱାରା ‘ସରକାର ଜଗାଓ ସପ୍ତାହ’ ପାଳନ କରାଯିବ । ଏହି ନିଷ୍ପତ୍ତି ଗତ ୭ ଜୁଲାଇ ୨୦୨୦ରେ ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ ପଦାଧିକାରୀଙ୍କ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଅଛି । ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀମାନ ସି.କେ. ସାଜିନାରାୟଣନ ଅଧ୍ୟକ୍ଷତା ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀମାନ ବୀର ଜେଶ୍ ଉପାଧ୍ୟୟ ସଞ୍ଚାଳନ କରିଥିଲେ । ବର୍ତ୍ତମାନ କରୋନା ଜନିତ ପରିସ୍ଥିତି ବଳବତ୍ତର ଥିବା ସତ୍ତ୍ୱେ କୋଇଲା ସେକ୍ଟରରେ ହୋଇଥିବା ୩ ଦିନିଆ ଧର୍ମଘଟ ଅଦ୍ଭୁଦପୂର୍ବ ସଫଳତା ପାଇଛି । ପ୍ରାୟତଃ ୯୫% ପ୍ରତିଶତ କାର୍ଯ୍ୟ ପ୍ରଭାବିତ ହୋଇଛି ବୋଲି ସଭାରେ ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏହି ସଫଳତା ପାଇଁ ମହାସଂଘର ସମସ୍ତ ପଦାଧିକାରୀ ସଦସ୍ୟ ତଥା ଧର୍ମଘଟରେ ଭାଗ ନେଇଥିବା ପ୍ରତ୍ୟେକ ସଦସ୍ୟ ଧନ୍ୟବାଦର ପାତ୍ର ଏବଂ ଏହା ଦ୍ୱାରା ଶ୍ରମିକ କର୍ମଚାରୀମାନଙ୍କ ମନରେ ଏକ ନୂତନ ଆଶା ଜାଗ୍ରତ ହୋଇଅଛି । ଆଗକୁ ନିଶ୍ଚିତ ଭାବରେ କର୍ମଚାରୀ ହିତକୁ ଏହା ଦୁରୁସ୍ତ କରିବାରେ ସହଯୋଗ କରିବ । ‘ସରକାର ଜଗାଓ ସପ୍ତାହ’ କାର୍ଯ୍ୟକ୍ରମରେ ବିଶେଷ ଭାବରେ ବର୍ତ୍ତମାନ ଦେଶରେ ପରିଲଖିତ ହୋଇଥିବା ୫ଟି ଜ୍ୱଳନ୍ତ ସମସ୍ୟାକୁ ନେଇ ଆନ୍ଦୋଳନ ହେବ ଯଥା, ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିୟୋଜନ ତଥା ଥଇଥାନ ସମସ୍ୟାର ସମାଧାନ, କରୋନା ତାଲାବନ୍ଦ ସମୟରେ ଶ୍ରମିକମାନଙ୍କ ବକେୟା ଦରମା, ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା, ଦେଶରେ କର୍ମ ସଂସ୍ଥାନ ହରାଇ ବଢୁଥିବା ବେରୋଜଗାରୀ ସମସ୍ୟାର ସମାଧାନ, ପ୍ରତ୍ୟାଶିତ ଭାବେ କେତେକ ରାଜ୍ୟରେ ହୋଇଥିବା ଦୈନିକ ଶ୍ରମ ନିର୍ଘଣ୍ଟ ବୃଦ୍ଧିକୁ ନିରସ୍ତ କରିବା, ସାର୍ବଜନୀନ ଉପକ୍ରମ (ଚଝଟ)କୁ ଘରୋଇକରଣ କରିବା ତଥା ପ୍ରତିରକ୍ଷା, ରେଳ ଭଳି ମହତ୍ୱପୂର୍ଣ୍ଣ ଉପକ୍ରମକୁ ନିଗମିକରଣ କରିବା ପ୍ରକ୍ରିୟାକୁ ବନ୍ଦ କରିବା । ଏହି ‘ସରକାର ଜଗାଓ ସପ୍ତାହ’ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ବ୍ୟକ୍ତିଗତ ସମ୍ପର୍କ କରି ସେମାନଙ୍କୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ସମ୍ବନ୍ଧରେ ଅବଗତ କରାଇବା ତଥା ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଉତ୍ସାହିତ କରିବା ସହିତ ବିଗତ ଦିନରେ ୪ଟି ରାଜ୍ୟରେ ଅଧ୍ୟାଦେଶ ଦ୍ୱାରା ନିରସ୍ତ ହୋଇଥିବା ଶ୍ରମ ଆଇନ୍ ତଥା ୧୨ଟି ରାଜ୍ୟରେ ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୮ରୁ ୧୨ ଘଣ୍ଟା କରିଥିବା ନିୟମକୁ ବିରୋଧ କରି ଏକଜୁଟ ହୋଇ ଆନ୍ଦୋଳନ କରିବା । ବର୍ତ୍ତମାନ କୋଭିଡ୍‌-୧୯ କଟକଣା ଥିବାରୁ ଆନୁସଙ୍ଗିକ ସମସ୍ତ ନିୟମ ପାଳନ ପୂର୍ବକ ଏହି ସପ୍ତାହବ୍ୟାପୀ ଅଭିଯାନରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଦ୍ୱାରା ଜନ ସମ୍ପର୍କ, ରାଲି, ଜନସଭା ତଥା ସଂଗୋଷ୍ଠି ଆୟୋଜନ କରାଯିବ ଯାହା ୨୪ ଜୁଲାଇରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଚାଲିବ । ଉକ୍ତ ଭର୍ଚୁଆଲ ମିଟିଙ୍ଗରେ ଗତ ୧୦ ଜୁନ୍‌ରେ ହୋଇଥିବା ‘ସଭେ୍ ପବ୍ଲିକ ସେକ୍ଟର ସେଭ୍ ନେସନ’ କାର୍ଯ୍ୟକ୍ରମ ପାଇଁ ସାର୍ବଜନିନ କ୍ଷେତ୍ରକୁ ପ୍ରଶଂସା କରିବା ସହିତ ନିଜ ନିଜ ସଂସଦୀୟ କ୍ଷେତ୍ରର ସାଂସଦମାନଙ୍କୁ ଶ୍ରମିକ ସମସ୍ୟା ବିଷୟରେ ଅବଗତ କରାଇବା କାର୍ଯ୍ୟକ୍ରମ ସଫଳ ରୂପେ ହୋଇଥିଲା । ଏହି ‘ସରକାର ଜଗାଓ ସପ୍ତାହ’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ସହବନ୍ଧିତ ୟୁନିୟନ, ରାଜ୍ୟ ତଥା ଜିଲ୍ଲା କାର୍ଯ୍ୟକର୍ତ୍ତା ଶ୍ରମିକମାନଙ୍କ ହିତ ରକ୍ଷା ପାଇଁ ରାଜ୍ୟର ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ ସମ୍ପାଦକ ଗୋକୁଳାନନ୍ଦ ଜେନା ତଥା ପ୍ରଦେଶ କମିଟି ଏହି ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ