ଜେନେରେଟର ରେ ଲାଗିଲା ନିଆଁ; ଅଳ୍ପକେ ରକ୍ଷା ପାଇଲା ଇଣ୍ଡିଆନ ବ୍ୟାଙ୍କ
ବୁଗୁଡା,(ଅନିଲ କୁମାର ମହାରଣା): ଏକ ବଡ ଧରଣର ଅଘଟଣ ରୁ ରକ୍ଷା ପାଇଗଲା ବୁଗୁଡା ଶାଖ ଇଣ୍ଡିଆନ ବ୍ୟାଙ୍କ । ପ୍ରତ୍ୟେକ ଦିନ ଭଳି ଜାନୁୟାରୀ ୭ ତାରିଖ ଦିନ ମଧ୍ୟ ଠିକ୍ ସମୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା ଇଣ୍ଡିଆନ ବ୍ୟାଙ୍କରେ । ଲୋକମାନେ ଧାଡ଼ିବାନ୍ଧି ଛିଡା ହୋଇଗଲେ । ହେଲେ ବିଦ୍ୟୁତ ନଥିବା ଯୋଗୁଁ କର୍ମଚାରୀ ଜଣଙ୍କ ଜେନେରେଟର ଚାଲୁ କରିବା କ୍ଷଣି କୌଣସି କାରଣରୁ ନିଆଁ ଲାଗି ଜଳିବାକୁ ଲାଗିଲା ଜେନେରେଟର । ସଙ୍ଗେ ସଙ୍ଗେ ସମସ୍ତ ଗ୍ରାହକଙ୍କୁ ବ୍ୟାଙ୍କ ଭିତରୁ ବାହାର କରାଯାଇ ଦମକଳ ବାହିନୀକୁ ଖବର ଦେବାସହ ବ୍ୟାଙ୍କର ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା କର୍ମଚାରୀ ମାନେ ଅଗ୍ନିକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଯାହା ଫଳରେ ଏକ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଥିଲା ।


