ଜ୍ୟାକଲିନଙ୍କ ସହ ମନଖୋଲି ନାଚିଲେ ଭାଇଜାନ୍

ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ । ଏବେ ସେ ତାଙ୍କ ଅପ୍ କମିଙ୍ଗ ଫିଲ୍ମ ଦବଙ୍ଗ ୩ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଚଳିତବର୍ଷ ଖ୍ରୀଷ୍ଟମାସରେ ଏହା ରିଲିଜ୍ ହେବାକୁ ଥିବା ବେଳେ ଏବେଠାରୁ ଦର୍ଶକେ ଏହାକୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ନିକଟରେ ସଲମାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନାୟିକା ଜ୍ୟାକଲିନଙ୍କ ସହ ଖୁବ୍ ନାଚିଛନ୍ତି । କୁହାଯାଉଛି ଏହା ଦବଙ୍ଗ ଫିଲ୍ମ ପ୍ରମୋଶନ ସମୟର । ଏଥିରେ ଭାଇଜାନ୍ “ମୁନ୍ନି ବଦନାମ୍ ହୁଇ’ ଗୀତରେ ଠୁମକା ଲଗାଉଥିବା ଦେଖାଯାଇଛି । କେବଳ ଜ୍ୟାକଲିନ ନୁହେଁ ଅନ୍ୟ କଳକାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । କୁହାଯାଉଛି ଏହା ଦବଙ୍ଗ ଟୁର୍ ସମୟର ଭିଡିଓ । ଆଉ ଭାଇଜାନ୍ ବିଦେଶରେ ଦବଙ୍ଗ ଟିମ୍ ସହ ପରଫର୍ମ କରିବାକୁ ଯାଇଛନ୍ତି । ସୂଚନା ମୁତାବକ “ମୁନ୍ନି ବଦନାମ ହୁଇ’ ଦବଙ୍ଗ ସିରିଜର ପ୍ରଥମ ଆଇଟମ୍ ସଙ୍ଗ । ଯେଉଁଥିରେ ମଲାଇକା ଆରୋରା ପରଫର୍ମ କରିଥିଲେ । ଆଉ ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ସେମିତି ଏହାର ଦ୍ୱିତୀୟରେ ଆସିଲେ କରିନା କପୁର ଖାଁ । ସେ ଆସିଲେ ଫେବିକଲ ସଙ୍ଗ ସହ । ତାହା ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ପାରିଲା । ଏଥର ଦବଙ୍ଗ ୩ରେ ମଧ୍ୟ ଏକ ଆଇଟମ୍ ସଙ୍ଗ ରହିଛି ବୋଲି ଶୁଣିବାକୁ ମିଳିଛି । ହେଲେ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ