ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ବିଧାୟକଙ୍କ ଦ୍ୱାରା ଉଦ୍ଘାଟିତ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ୍ ଅନ୍ତର୍ଗତ ଡେଙ୍ଗାପଦର ଠାରେ ଜାନୁଆରୀ ୨୭ ତାରିଖ ଦିନ ଆୟୋଜିତ ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ବ୍ଲକ୍ଅଧ୍ୟକ୍ଷଙ୍କ ପ୍ରତିନିଧି ବରୁଣ ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ମଦନ ଗୋପାଳ ଦୋରା, କଳମ୍ବ ପୂର୍ବତନ ସରପଞ୍ଚ ରବିନ୍ଦ୍ର ନାଥ ପ୍ରଧାନ, ପୋଚାଲୁଣ୍ଡି ସରପଞ୍ଚ ବିଜୁଳି ଜେନା, ଗୋଲିଆ ସରପଞ୍ଚଙ୍କ ପ୍ରତିନିଧି ମାନସ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଡେଙ୍ଗାପଦର ଗ୍ରାମ ସଭାପତି କାମଦେବ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ମହିମା ନାୟକଙ୍କ ନେତୃତ୍ତ୍ୱରେ ନାରାୟଣ, ନିଳାଞ୍ଚଳ, ଉତ୍ତମ, ନରେଶ, କାର୍ତ୍ତିକ, ଅରୁଣ, ରବିନ୍ଦ୍ର ଓ ବାବୁଲା ପ୍ରମୁଖ ସହଯୋଗ କରିଥିଲେ । ଆଜିର ପ୍ରଥମ ମ୍ୟାଚରେ ବାଲିପଦର ଟିମ୍ ଟସ୍ ଜିଣି ପ୍ରଥମ ବ୍ୟାଟିଙ୍ଗ୍ କରି ୮୦ ରନ୍ ସଂଗ୍ରହ କରିଥିଲେ । ଜବାବ୍ ରେ କଙ୍କୋରଡା ଟିମ୍ ସମସ୍ତ ୱିକେଟ୍ ବିନିମୟରେ ୭୬ ରନ୍ କରି ପରାଜିତ ହୋଇଛନ୍ତି । ଏମ୍ପାୟର୍ ଭାର ମିଲୁ ଓ ମକୁ କର୍ଯ୍ୟ କରିଥିବା ବେଳେ ଅରବିନ୍ଦ କମେଣ୍ଟ୍ରି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ